ଇସ୍କନ ମନ୍ଦିରର ଜବରଦଖଲ ଉଚ୍ଛେଦ, ଢେଲା ଓ ପଥର ମାଡ଼, ୪ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମାନ୍ୟ ବର୍ଷାହେଲେ ଇସ୍କନ ମନ୍ଦିର ସମ୍ମୁଖରେ ଅଣ୍ଟାଏ ପାଣି ଜମି ରହୁଥିଲା ଯାହାକି ବିଏମସି ଓ ଏନଏଚଆଇ ର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ତେଣୁ ଆଜି ଇସ୍କନ ମନ୍ଦିରର ଜବରଦଖଲରେ ଥିବା ଜମି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଇସ୍କନ ଅନୁଗାମୀ ଗୁରୁଙ୍କ ସମାଧି ପୀଠ ଉଛେଦ କୁ ବିରୋଧ କରିବା ସହ ଏହାକୁ ଜଗି ବସିଥିଲେ । ତିନୋଟି ଜେସିବି ସାହାଯ୍ୟରେ ଏହାକୁ ଉଚ୍ଛେଦ କରାଯିବା ସମୟରେ ସେମାନେ ପୋଲିସ ଓ ଉଛେଦକାରୀ ଙ୍କ ଉପରକୁ ଢେଲା ଓ ପଥର ମାଡ଼ କରିଥିଲେ । ତେଣୁ ସେଠାରେ ଚାପା ଉତ୍ତେଜନା ଲାଗିରହିବାରୁ ପୋଲିସ ଆନ୍ଦୋଳନ କାରୀଙ୍କୁ ଘଉଡାଇବାକୁ ମୃଦୁ ଲାଠି ଚାଳନା କରିଥିଲା । ଏଥିରେ ୪ ଜଣ ଆହତ ହୋଇଛନ୍ତି ।

ମନ୍ଦିର ଜବରଦଖଲ ଉଚ୍ଛେଦ ପାଇଁ ୨୫ ତାରିଖରୁ ବିଏମସି ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ନୋଟିସ ଜାରି ହେବାର ଠିକ ଦୁଇଦିନ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହି ଉଚ୍ଛେଦ ବିଏମସି, ଏନଏଚଆଇ ଓ ବିଡିଏ ତରଫରୁ କରାଯାଇଥିଲା । ଉଚ୍ଛେଦ ସମୟରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Leave a comment