ସମସ୍ତେ କୁହନ୍ତି ଦିନରେ ଶୋଇବା ଭଲ ନୁହଁ, ମାତ୍ର ଜାଣିଛନ୍ତି କି ଦିନରେ ଶୋଇଲେ ମିଳେ ଏହିସବୁ ଫାଇଦା

0

କିଛି ଲୋକଙ୍କର ଦିନବେଳା ଶୋଇବା ଅଭ୍ୟାସ ଥାଏ। ହେଲେ ଦିନବେଳା ଯେଉଁମାନେ ଶୋଇଥାନ୍ତି ସେମାନଙ୍କୁ ସାଧାରଣତଃ ଅଳସୁଆମି ବୋଲି କହିଥାଉ। କିନ୍ତୁ ଦିନରେ କିଛି ସମୟ ପାଇଁ ବିଶ୍ରାମ ନେବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ।

କ’ଣ ରହିଛି ଉପକାର ?
-ଦିନର ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ବିଶ୍ରାମ ନେବାର ପ୍ରଭାବ ଆମର ମସ୍ତିଷ୍କ ଉପରେ ପଡ଼ିଥାଏ ଏବଂ ଏହା ଆମର କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିଥାଏ ବୋଲି ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି ।

-ଦିନରେ ଅଳ୍ପ ସମୟ ଶୋଇବା ହେଉଛି ମସ୍ତିଷ୍କକୁ ଚାର୍ଜ କରିବା । ସ୍ୱଳ୍ପ ସମୟ ପାଇଁ ବିଶ୍ରାମ ନେଇ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ମଧ୍ୟ କରିପାରିବେ। ସେହିପରି ଏକ ଘଣ୍ଟାର ବିଶ୍ରାମ ଆପଣଙ୍କୁ ଘଣ୍ଟା ଘଣ୍ଟା କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଇଥାଏ ବୋଲି ବିଶେଷଜ୍ଞଙ୍କ ମତ ପ୍ରକାଶ କରିଛନ୍ତି ।

ଦିନବେଳା ଆପଣମାନେ ଅତି କମରେ ୧୦ ମିନିଟ ପାଇଁ ମଧ୍ୟ ବିଶ୍ରାମ ନେଇ ପାରିବେ । ଯାହା ଦ୍ୱାରା ଆପଣଙ୍କୁ ଥକ୍କା ଲାଗିବ ନାହିଁ ଏବଂ ଆପଣଙ୍କ କାମ ସଠିକ ଭାବରେ କରିପାରିବେ ।

-ବିଭିନ୍ନ ସିଫ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଦିନବେଳା ବିଶ୍ରାମ ବହୁତ ଲାଭଦାୟକ ହୋଇଥାଏ ।

-ଆପଣ ଯେତେବେଳେ କ୍ଲାନ୍ତ, ଥକ୍କା ଅନୁଭବ କରିବେ, ସେହି ସମୟରେ ବିଶ୍ରାମ ନେବା ଉଚିତ ।

-ହେଲେ ଅଯଥାରେ ବିଶ୍ରାମ ନେଲେ ଆପଣଙ୍କର ରାତ୍ରିର ନିଦରେ ବ୍ୟାଘାତ ହେବାର ସମ୍ଭାବନା ରହିଥାଏ ।

Leave a comment