୧୦ ଥର ଏଭରେଷ୍ଟ ଆରୋହଣ : ନିଜ ରେକର୍ଡ ଭାଙ୍ଗିଲେ ନେପାଳୀ ମହିଳା

0

କାଠମାଣ୍ଡୁ : ନେପାଳର ମହିଳା ପର୍ବତାରୋହୀ ଲାକ୍ପା ଶେର୍ପା ବିଶ୍ୱର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ଆରୋହଣ କରିବା ସହ ନିଜର ପୂର୍ବ ରେକର୍ଡ ଭଙ୍ଗ କରିଛନ୍ତି ।

ଗୁରୁବାର ଲାକ୍ପା ୧୦ମ ଥର ପାଇଁ ଏଭରେଷ୍ଟ ଶିଖରରେ ପହଞ୍ଚିଥିବାବେଳେ ପୂର୍ବରୁ ସ୍ଥାପିତ ନିଜର ରେକର୍ଡ ଭଙ୍ଗ କରିଛନ୍ତି । ୪୮ ବର୍ଷୀୟା ଲାକ୍ପା ନେପାଳ ଅଧିବାସୀ ହୋଇଥିବାବେଳେ ବର୍ତ୍ତମାନ ନିଜର ୩ ସନ୍ତାନଙ୍କ ସହ ଆମେରିକାରେ ବାସ କରୁଛନ୍ତି । ଲାକ୍ପା ପ୍ରଥମେ ଏଭରେଷ୍ଟ ଆରୋହଣକାରୀଙ୍କ ସହାୟକଭାବେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ନିଜେ ଏଭରେଷ୍ଟ ଚଢିବାକୁ ମନ ବଳାଇ କୃତକାର୍ଯ୍ୟ ହୋଇପାରିଛନ୍ତି ।

Leave a comment