ସନ୍ଧ୍ୟା ସମୟରେ ଏହି ମନ୍ତ୍ରକୁ ଜପ କଲେ,ହୋଇଥାଏ ଧନ ବୃଦ୍ଧି ଓ ମଳିଥାଏ ସଫଳତା
ସମସ୍ତ ହିନ୍ଦୁ ଘରେ ସକାଳେ ଓ ସନ୍ଧ୍ୟାରେ ଈଶ୍ୱରଙ୍କ ନିକଟରେ ପୂଜା ସହିତ ପ୍ରାର୍ଥନା କରାଯାଇ ଥାଏ l କାରଣ ଏହି ୨ଟି ସମୟରେ ପୂଜାର ମହତ୍ୱ ବିଶେଷ ଭାବରେ ରହିଥାଏ l ସନ୍ଧ୍ୟା ସମୟରେ ପୂଜା ରେ ମନ୍ତ୍ର ପାଠର ବିଶେଷ ମହତ୍ୱ ରହିଛି l ସନ୍ଧ୍ୟା ସମୟରେ ଏହି ମନ୍ତ୍ରକୁ ଉଚ୍ଚାରଣ କରିବା ଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ l
ଏହି ମନ୍ତ୍ରକୁ ପାଠ କରନ୍ତୁ – – ‘ ଶୁଭଂ କରୋତି କଲ୍ୟାଣମ ଆରୋଗ୍ୟମ ଧନସଂପଦମ , ଶତ୍ରୁବୃଦ୍ଧି ବିନାଶେ ଦୀପକାୟ ନମସ୍ତୁତେ l ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ବାତାବରଣ ରେ ସୁସ୍ଥତା ଆସିଥାଏ ଓ ମଣିଷ ନିରୋଗୀ ରହିଥାଏ ଏବଂ ସୁଖସମୃଦ୍ଧି ଲାଭ ହୋଇଥାଏ l – ‘ଦୀପମ ଜ୍ୟୋତି ପରମବ୍ରହ୍ମମ ଦୀପମ ଜ୍ୟୋତି ଜନାର୍ଦନମ , ଦିପୋ ହରତୁ ମେ ପାପମ ସଂଧ୍ୟାଦୀପମ ନମୋସ୍ତୁତେ l ‘ ସନ୍ଧ୍ୟା ସମୟରେ ଯେଉଁ ଦୀପକୁ ଆମେ ଜଳାଇ ଥାଉ ତାହା ଆମେ ସତପୁରୁଷ ଙ୍କୁ ସମର୍ପିତ କରିଥାଉ l ଆମ ଜୀବନରୁ ପାପାକୁ ନଷ୍ଟ କରିବା ଓ ଅନ୍ଧକାର କୁ ଦୂର କରିବା ପାଇଁ ଏହି ମନ୍ତ୍ର ପାଠ କରିବା ଆବଶ୍ୟକ l – ଅନ୍ତ୍ରଜ୍ୟୋତି ବାହ୍ୟଜ୍ୟୋତି ପ୍ରତ୍ୟାରଜ୍ୟୋତି ପରାତପର , ଜ୍ୟୋତିଃର୍ଯ୍ୟତି ସ୍ୱୟଂ ଜ୍ୟୋତିରାତ୍ମଜ୍ୟୋତିଃ ଶିବୋମ୍ୟହଂ l ‘ ଏହି ମନ୍ତ୍ରକୁ ପାଠ କରି ଦିବ୍ୟ ପ୍ରକାଶ ଯାହା ମୋ ଭିତରେ ରହିଛି ତାହାକୁ ନଷ୍ଟ ନକରି ଏହି ପୃଥିବୀ ପୃଷ୍ଠାର କଲ୍ୟାଣ ହେଉ l