ୱେମ୍ବଲିରେ ସେମିଫାଇନାଲ୍ ଓ ଫାଇନାଲ୍

(ଓଡ଼ିଶାଫାଷ୍ଟ ବ୍ୟୁରୋ): ୟୁଇଏଫ୍ଏ ୟୁରୋପିଆନ୍ ଚାମ୍ପିଅନସିପ୍ ୨୦୨୧ ୟୁରୋ କପ୍ ଟୁର୍ଣ୍ଣାମେଣ୍ଟ୍ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ପ୍ରଥମ ମ୍ୟାଚ ତୁର୍କୀ ଓ ଇଟାଲୀ ମଧ୍ୟରେ ଖେଳାଯିବ । ଭାରତୀୟ ସମୟାନୁସାରେ ରାତି ସାଢେ ୧୨ଟାରେ ଏହା ଆରମ୍ଭହେବ । ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଅର୍ଥାତ୍ ଫାଇନାଲ୍ରେ ୨୪ ଦଳ ମୁହାଁମୁହିଁ ହେବେ । ସମସ୍ତ ଟିମ୍ ୬ଟି ଗ୍ରୁପ୍ରେ ଭାଗ କରାଯାଇଛି । ଜୁଲାଇ ୧୧ ତାରିଖରେ ଫାଇନାଲ୍ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟ ୧୧ ଦେଶର ୧୧ଟି ସହରରେ ଆୟୋଜିତ ହେବ । ଏହା ମଧ୍ୟରେ ଆଜରବୈଜାନ୍ର ବାକ୍ସ, ଡେନ୍ମାର୍କର କୋପାନହେଗନ୍, ଇଂଲଣ୍ଡର ଲଣ୍ଡନ, ଜର୍ମାନୀର ମ୍ୟୁନିକ୍, ହଙ୍ଗେରୀର ବୁଦାପେଷ୍ଟ, ଇଟାଲୀର ରୋମ, ନେଦରଲାଣ୍ଡ୍ ସର ଆମଷ୍ଟରଡାମ୍, ରୋମାନିଆର ବୁଖରେଷ୍ଟ, ରୁଷିଆର ସେଣ୍ଟ୍ ପିଟର୍ସବର୍ଗ, ସ୍କଲାଣ୍ଡର ଗ୍ଲାସ୍ଗୋ ଓ ସେ ସେଭିଲ୍ ଅନ୍ତର୍ଭୁକ୍ତ । ୬ଟି ଗ୍ରୁପ୍ର ଶୀର୍ଷ ୨ଟି ଟିମ୍ ପ୍ରି-କ୍ୱାର୍ଟର୍ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବେ । ଏହା ସହିତ ସମସ୍ତ ଗ୍ରୁପ୍ର ୩ୟ ସ୍ଥାନରେ ଥିବା ଟିମ୍ ମଧ୍ୟ ରାଉଣ୍ଡ୍ ଅଫ୍ ୧୬ରେ ପ୍ରବେଶ କରିବେ । ପ୍ରି- କ୍ୱାର୍ଟରଫାଇନାଲ୍ ପରେ କ୍ୱାର୍ଟର୍ ଫାଇନାଲ,ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ ଖେଳାଯିବ ।