EOW ଜାଲରେ ଠକ

0

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): EOW ଜାଲରେ ଠକ । ଫ୍ଲାଟ୍ ଦେବା ନାଁରେ ଠକେଇ। ୧.୧୬ କୋଟି ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା EOW । ବିଲଡର ସଂସ୍ଥାର ନିର୍ଦ୍ଦେଶକ ଅମରେଶ ଷଡ଼ଙ୍ଗୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ।

ଅମରେଶ ଷଡଙ୍ଗୀଙ୍କର ଘର ନୟାଗଡ ଜିଲ୍ଲା ନୂଆଗାଁ ବାରବାଟୀ ଗାଁରେ। ଅମରେଶ ଷଡ଼ଙ୍ଗୀଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ହୋଇଥିଲା। ପ୍ଲାଟ୍‌ ନ ମିଳିବାରୁ କିମ୍ବା ଟଙ୍କା ଫେରି ନପାଇବାରୁ ଅଭିଯୋଗ ହୋଇଥିଲା। ଭୁବନେଶ୍ୱର ସ୍ଥିତ ପଳାଶୁଣୀରେ ଅମରେଶ ଷଡ଼ଙ୍ଗୀଙ୍କ କାର୍ଯ୍ୟାଳୟ ଥିଲା। ଯାହାକି ଏବେ ବନ୍ଦ ଅଛି।

Leave a comment