ଭୁବନେଶ୍ୱର ର ସୂର୍ଯ୍ୟନଗର ପ୍ରବେଶ ଓ ପ୍ରସ୍ଥାନ ପଥ ସିଲ୍‌ କଲା ବିଏମ୍‌ସି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପଞ୍ଚମ ‘କରୋନା’ ଆକ୍ରାନ୍ତ ଚିନ୍ତା ବଢ଼ିଛି ସରକାରଙ୍କର । କାରଣ ଏହି ବୟସ୍କ ବ୍ୟକ୍ତି ଜଣକ ନା ବିଦେଶ ଗ୍ରସ୍ତ କରିଥିଲେ ନା ବାହାର ରାଜ୍ୟକୁ ଯାଇଥିଲେ । ପୂର୍ବରୁ କରୋନା ଆକ୍ରାନ୍ତଙ୍କ ନାମ ଘୋଷଣା କରିବାକୁ ସରକାରଙ୍କ ତରଫରୁ ବାରଣ କରାଯାଇଥିଲେ ମଧ୍ୟ ଜନହିତ ପାଇଁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ତାଙ୍କ ନାମ ଓ ଠିକଣା ଘୋଷଣା କରିଛନ୍ତି। ୫ମ କରୋନା ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା । ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ୍‌ ନମ୍ବର ୩୭ ରେ ତାଙ୍କ ଘର ।

ସୂଚନା ଅନୁଯାୟୀ, ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ୫ମ କରୋନା ଆକ୍ରାନ୍ତଙ୍କ ନାମ ପ୍ରକାଶ କରିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇଛନ୍ତି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜ ନାମ ୧୦୪ରେ ପଞ୍ଜିକରଣ କରି ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି । କିଛି ଲକ୍ଷଣ ଦେଖାଗଲେ ସରକାରୀ ନିୟମ ମୁତାବକ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଅପରପକ୍ଷରେ ୟୁନିଟ-୭ ସୂର୍ଯ୍ୟନଗର ଏକ ଭିଆଇପି ଅଞ୍ଚଳ ହୋଇଥିବାରୁ ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ସୂର୍ଯ୍ୟ ନଗର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଇଛି । ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ ଓ ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ମଧ୍ୟ ସିଲ କରାଯାଇଛି । ସେହିପରି ଗଙ୍ଗ ନଗର ଛକରୁ ଶିରିପୁର ଛକ ଓ ଶିରିପୁର ଛକରୁ ଗୋପବନ୍ଧୁ ଛକ ସିଲ୍‌ କରାଯାଇଛି । ସଂପୃକ୍ତ ସମସ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ବିଏମ୍‌ସି । ସଂପୃକ୍ତ ଅଞ୍ଚଳରେ ଡାକ୍ତର ଟିମ୍‌ ପ୍ରତେକ ଘର ବୁଲି ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ। ଏନେଇ ସୂଚନା ଦେଇଛନ୍ତି ଏଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Leave a comment

You cannot copy content of this page