ଆଇଏନ୍‌ଏକ୍ସ ମିଡିଆ ମାମଲା, ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଇଡିର ଜେରା

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ବୁଧବାର ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ । ଏହାପରେ ତାଙ୍କୁ ବନ୍ଦ ଘରେ ଜେରା କରାଯାଉଛି। । ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କୁ ଆସନ୍ତା ଜାନୁୟାରୀ ୧୫ ପର୍ଯ୍ୟନ୍ତ ଗିରଫଦାରୀରୁ ସୁରକ୍ଷା ଦେଇଥିବା ଇଡି ତାଙ୍କୁ ଏବେ ଗିରଫ କରିପାରିବ ନାହିଁ ।

୩୫୦୦ କୋଟି ଟଙ୍କାର ଏୟାରସେଲ-ମ୍ୟାକ୍ସିସ କାରବାର ଏବଂ ୩୦୫ କୋଟି ଟଙ୍କାର ଆଇଏନଏକ୍ସ ମିଡିଆ ମାମଲା ଯୋଗୁଁ ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ଭୂମିକା ତଦନ୍ତକାରୀ ଏଜେନ୍ସିଙ୍କ ନଜରକୁ ଆସିଥିଲା । ଉପା ସରକାରଙ୍କ ଅଧୀନରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଏହି ଦୁଇଟି ସଂସ୍ଥାକୁ ଫରେନ ଇନଭେଷ୍ଟମେଣ୍ଟ ପ୍ରମୋସନ ବୋର୍ଡରୁ କ୍ଲିୟରାନ୍ସ ମିଳିଥିଲା ।

୨୦୦୭ରେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଇଡିରେ ହାଜର ହେବାକୁ ସମନ ଜାରି କରାଯାଇଥିଲା । ଚିଦାମ୍ବରମଙ୍କ ପୁଅ କାର୍ତ୍ତି ମଧ୍ୟ ଏହି ମାମଲାରେ ଗତ ଫେବୃୟାରୀରେ ଗିରଫ ହୋଇଥିଲେ । ଚିଦାମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କ ନାଁରେ ଦେଶ ଓ ବିଦେଶରେ ଅଘୋଷିତ ୫୪ କୋଟିର ସମ୍ପତ୍ତି ରହିଥିବା ଜଣାପଡିବା ପରେ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି ।

Leave a comment