ବଢ଼ିଲା ପିଲାଙ୍କ ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଅନୁଦାନ ରାଶି ବୃଦ୍ଧି କରିଛନ୍ତି। ଏସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପିଛିଲା ଭାବେ ଏପ୍ରିଲ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ।

ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କପାଇଁ ପୂର୍ବରୁ ମଧ୍ୟାହ୍ନ ଭୋଜନ ପାଇଁ ୪ ଟଙ୍କା ୯୩ ପଇସା ମିଳୁଥିଲା। ଏବେ ୫ ଟଙ୍କା ୪୨ ପଇସା ଦିଆଯିବ। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ପିଛା ପୂର୍ବରୁ ୭ ଟଙ୍କା ୩୬ ପଇସା ଦିଆଯାଉଥିବାବେଳେ ଏବେ ୮ ଟଙ୍କା ୧୦ ପଇସା ଦିଆଯିବ। ୨୦୨୦-୨୧ ବର୍ଷ ପାଇଁ ଏହି ବର୍ଦ୍ଧିତ ଅନୁଦାନ ବଳବତ୍ତର ରହିବ।

Leave a comment