ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ୪୫ ମିନିଟ୍ ପରିବର୍ତ୍ତେ ହେବ ଦେଢ ଦେଢ଼ ଘଣ୍ଟା କ୍ଲାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଛାତ୍ରଛାତ୍ରୀ କମ ନମ୍ବର ରଖୁଥିବାରୁ ଏହା ଚିନ୍ତା ବଢାଇଛି ସରକାରଙ୍କର । ତେଣୁ ଗଣଶିକ୍ଷା ବିଭାଗ ସେଥିପାଇଁ ନେଇଛି ଏକ ବଡ ନିଷ୍ପତ୍ତି । ଚଳିତ ବର୍ଷ ଠାରୁ ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ୪୫ ମିନିଟ ପରିବର୍ତ୍ତେ ଦେଢ଼ ଘଣ୍ଟା କ୍ଲାସ ହେବ । ଏହି ନିୟମ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ । ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବା ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

ସୂଚନା ଅନୁଯାୟୀ, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ତର୍ଜମା କରିବା ପରେ ଜଣାପଡିଛି ଯେ, ଅଧିକାଂଶ ପିଲାଙ୍କର ଇଂରାଜୀ, ବିଜ୍ଞାନ ଏବଂ ଗଣିତରେ ପରୀକ୍ଷାଫଳ କମ ରହୁଛି । ତେଣୁ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ବିଶେଷ କରି ଏହି ତିନୋଟି ବିଷୟକୁ ଦେଢ ଘଣ୍ଟା ପାଠପଢାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷଠାରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ କରଛନ୍ତି ଶ୍ରୀ ଦାସ । ସେହିପରି ପାଇଲଟ ପ୍ରୋଜେକ୍ଟ ହିସାବରେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଯେଉଁଠାରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ । ଏବଂ ପରେ ବ୍ଲକ ସ୍ତରରେ ମଧ୍ୟ ସ୍ବତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a comment