ଇଞ୍ଜିନିୟରିଂ ଛାତ୍ରକୁ ପ୍ରେମ କରିବା ପଡିଲା ମହଙ୍ଗା, ଲୁଟିନେଲେ ସୁନା ଗହଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଞ୍ଜିନିୟରିଂ ଛାତ୍ରକୁ ପ୍ରେମ କରିବା ପଡିଲା ମହଙ୍ଗା, ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଧମକ ଦେଇ ଲୁଟିନେଲେ ଟଙ୍କା ଓ ସୁନା ଗହଣା । ଏଭଳି ଏକ ଘଟଣାରେ ଦେବୀ ପ୍ରସାଦ ପତି ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କମିଶନରେଟ ପୁଲିସ ।

ସୂଚନା ଅନୁଯାୟୀ, ଦେବୀ ପ୍ରସାଦ ପତି ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିଛିଦିନର ପ୍ରେମ ପରେ ଉହାୟଙ୍କ ମଧ୍ୟରେ ଘଟିଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ପ୍ରେମିକାର ଅଜାଣତରେ ରେକଡିଂ କରି ଆରମ୍ଭ କରିଥିଲା ବ୍ଳାକମେଲିଂ । ପ୍ରେମିକକୁ ରେକଡିଂ କରିଥିବା ଅଶ୍ଳୀଳ ଭିଡ଼ିଓ ଭାଇରଲ କରିଦେବା ଧମକ ଦେଇ ମାଗିଥିଲେ ଟଙ୍କା । ପ୍ରେମିକ ଜଣକ କୌଣସି ଉପାୟ ନପାଇ ଘରୁ ଲୁଚାଇ ଅନେକ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଦେବୀ ପ୍ରସାଦଙ୍କୁ ଦେଇଥିଲେ । ଏସମ୍ପର୍କ କାହାକୁ କିଛି କହିଲେ ଜୀବନରେ ମାରିଦେବାକୁ ଦେଇଥିଲେ ଧମକ । ଘରେ ଗହଣା ନଥିବା ଦେଖିବା ପରେ ଏସମସ୍ତ ଘଟଣା ସମ୍ନାକୁ ଆସିଥିଲା । ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ କମିଶନରେଟ ପୋଲିସ ଉକ୍ତ ଛାତ୍ର ଠାରୁ ୧୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ଗହଣା ଜବତ କରିବା ସହ ଘଟଣାର ଅଧିକ ତଦନ୍ତ ଚାଲିଛି ।

Leave a comment