ବଗିକୁ ବ୍ରିଜ଼ ଉପରେ ଛାଡି ପଳାଇଲା ଇଞ୍ଜିନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଗିକୁ ଛାଡ଼ି ପଳାଇଲା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଟ୍ରେନ୍ର ଇଞ୍ଜିନ । ତାହା ପୁଣି କାଠଯୋଡ଼ି ବ୍ରିଜ ଉପରେ । ପ୍ରାୟ ୩୦ ମିନିଟ ବଗି ଗୁଡିକ କାଠଯୋଡ଼ି ବ୍ରିଜ ଉପରେ ଅଟକି ରହିଥିଲା ।
ସୂଚନା ଅନୁଯାୟୀ, ନଅଟି ବଗି ବିଶିଷ୍ଟ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଭୁବନେଶ୍ୱରରୁ ବାହାରିଥିଲା । ମାତ୍ର କଟକ କାଠଯୋଡ଼ି ବ୍ରିଜ ଉପରେ ୭ଟି ବଗି ଇଞ୍ଜିନରୁ ବିଚ୍ଛିନ୍ନ ହୋଇଯାଇଥିଲା । ଇଞ୍ଜିନ୍ଠାରୁ ବିଚ୍ଛିନ୍ନ ହେବା ପରେ ବଗିଗୁଡ଼ିକ କିଛି ବାଟ ଗଡ଼ି କାଠଯୋଡ଼ି ବ୍ରିଜ୍ ଉପରେ ଅଟକି ରହିଥିଲା। ତେବେ କେଉଁ କାରଣରୁ ଏମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରିନି । ଟ୍ରେନ୍ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ରେଳବାଇ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ପୁଣି ଥରେ ଇଞ୍ଜିନ୍ ସହିତ ବଗିକୁ ସଂଯୋଗ କରିବା ପରେ ଏହା ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।
ଏ ଘଟଣାର ସିନିୟର ଅଫିସ୍ର ସ୍ତରୀୟ ତଦନ୍ତ ହେବ ବୋଲି ଖୋର୍ଦ୍ଧା ରୋଡ୍ ଡିଆର୍ଏମ୍ ନିର୍ଦ୍ଦେଶ ଦେଇଛନ୍ତି । ୪୮ ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଅନୁଯାୟୀ କେହି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।