ଶେଷହେଲା ପଞ୍ଚଦଶ ବିଧାନସଭା ଅଧିବେଶନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚଦଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଅଧାରୁ ଶେଷ ହୋଇଛି । ଆଜି ପଞ୍ଚଦଶ ବିଧାନସଭାର ଶେଷ ଦିନ । ଚଳିତ ବିଧାନସଭା ଅଧିବେଶନ ଫେବୃଆରୀ ୪ରୁ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିଧାନସଭାର ଶେଷ ଅଧିବେଶନ ଥିଲା । ଗୃହ ଭିତରେ ଥିବା ମତାନ୍ତର ଓ ମନାନ୍ତରକୁ ଛାଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫଟୋ ଉଠାଇଥିଲେ ସମସ୍ତ ବିଧାୟକ । ଚଳିତ ବିଧାନସଭାର ଏହାକୁ ଏକ ସ୍ମରଣୀୟ ମୁହୂର୍ତ୍ତ ଭାବେ କ୍ୟାମେରାରେ କଏଦ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଥମ ଧାଡିରେ ବାଚସ୍ପତି, ଉପବାଚସ୍ପତି, ବିରୋଧୀ ଦଳ ନେତା, ସଂସଦୀୟ ବ୍ୟାପାର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ବସିଥିଲେ । ସମସ୍ତ ବିଧାୟକଙ୍କ ପାଇଁ ଏହି ଫଟୋ ସେସନ ବେଶ ସ୍ମରଣୀୟ ଥିଲା ।

Leave a comment