ଦୁଷ୍କର୍ମ ସ୍ଥାନରେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଷ୍କର୍ମ ସ୍ଥାନରେ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର । ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ପୋଲିସ ସମସ୍ତ ୪ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି । ଏହି ଏନକାଉଣ୍ଟରରେ ସମସ୍ତ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନଙ୍କୁ ପୋଲିସ ଘଟଣାସ୍ଥଳକୁ ନେଇଥିବା ସମୟରେ ସେମାନେ ସେ ସ୍ଥାନରୁ ଖସି ପାଳିବାକୁ ଉତ୍ୟକ୍ତ ହେଉଥିବା ବେଳେ ପୋଲିସ ଗୁଳିର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଛି । ମୃତ ଅଭିଯୁକ୍ତମାନେ ହେଲେ ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶ ବୁଲୁ। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ କରୁଥିବା ବେଳେ ହାଇଦ୍ରାବାଦ ପୋଲିସର ଏଭଳି କାର୍ଯ୍ୟକୁ ପ୍ରସଂଶା କରାଯାଉଛି ।
ଗତ ୨୭ ତାରିଖରେ ହାଇଦ୍ରାବାଦ ଶାମସାବାଦ ଠାରେ ୨୬ ବର୍ଷୀୟ ଭେଟରିନାରୀ ମହିଳା ଡାକ୍ତରଙ୍କୁ ସାହାଯ୍ୟ କରିବା ନାଁରେ ୪ଜଣ ଯୁବକ ଗଣଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ ପାଇଁ ହତ୍ୟା କରିବା ସହ ପୋଡି ଦେଇଥିଲେ । ପରଦିନ ତାଙ୍କ ମୃତଦେହ ମିଳିବା ପରେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଥିଲା ।
ଯେଉଁ ଟୋଲପ୍ଲାଜା ନିକଟରେ ମହିଳା ଡାକ୍ତରଙ୍କ ସ୍କୁଟି ଖରାପ ହୋଇଥିଲା ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଅଜଣା ବ୍ୟକ୍ତି ଆଗେଇ ଆସିଥିଲେ, ସେହି ସ୍ଥାନରେ ଲାଗିଥିବା ସିସିଟିଭିକୁ ପୁଲିସ୍ ଯାଞ୍ଚ କରିଥିଲା । ଏହି ସମୟରେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା । ପୋଲିସ ସିସିଟିଭି ସହ ନିକଟସ୍ଥ ଗ୍ୟାରେଜରେ ପଚାର ଉଚରା କରି ପୁରା ଘଟଣାର ପର୍ଦ୍ଦାଫାସ କରିଥିଲା । ଅଭିଯୁକ୍ତମାନେ ପ୍ରଥମେ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇବା ପରେ ତାଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରିଥିବା ଜଣାପଡ଼ିଥିଲା । ଏଭଳି ଜଘଂନ୍ୟ ଘଟଣାକୁ ନେଇ ସାରାଦେଶର ହାଇଦ୍ରାବାଦ ପୋଲିସ ଉପରେ ନଜର ରହିଥିଲା । ତେବେ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିବା ପରେ ହାଇଦ୍ରାବାଦ ପୋଲିସ ଏବେ ସାରାଦେଶରୁ ପ୍ରଶଂସା ସାଉଁଟୁଛି ।