ଖଲ୍ଲିକୋଟରେ ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସର ଏନ୍‌କାଉଣ୍ଟରରେ ୨ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ସେମାନେ ହେଲେ ଅନୁଗୋଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁଶାନ୍ତ କୁମାର ପ୍ରଧାନ ଓ ତାଙ୍କ ସହଯୋଗୀ ବିଶାଖାପାଟଣା ଅଞ୍ଚଳର ଆର୍‌ ରାଜେଶ ରେଡ୍ଡି(ସୁରି) । ଏଥିସହ ପୋଲିସ ସେମାନଙ୍କଠାରୁ ତିନିଟି ଜୀବନ୍ତଗୁଳି, ଦୁଇଟି ମାଉଜର, ଏକ କାର୍‌, ଦୁଇଲକ୍ଷ ୨୫ହଜାର ଟଙ୍କା ଜବତ କରିଛି ।

ସୂଚନା ଅନୁଯାୟୀ, ଖଲିକୋଟ ଆଇଆଇସି ବିବେକାନନ୍ଦ ସ୍ବାଇଁ ନିଜ ଟିମ ସହ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ କାର୍‌ ବ୍ରହ୍ମପୁର ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଦେଖି ପାଟ୍ରୋଲିଂ ଟିମ ସେହି କରକୁ ସାନଘାଟି ନିକଟରେ ଅଟକାଇଥିଲେ । ମାତ୍ର ଗାଡ଼ିଟି ରହିବା ପରିବର୍ତ୍ତେ ଗାଡି ଭିତରୁ ପୋଲିସ ଉପରକୁ ଗୁଳିଚାଳନା କରାଯାଇଥିଲା । ପରେ ପୋଲିସ ଗୁଳି ଚାଳନା କରିବାରୁ ସୁଶାନ୍ତଙ୍କ ଡାହାଣଗୋଡ଼ ଆଣ୍ଠୁରେ ଗୁଳିବାଜିଥିବା ବେଳେ ରାଜେଶଙ୍କ ବାମଗୋଡ଼ ଆଣ୍ଠୁରେ ଗୁଳିବାଜିଛି । ଉଭୟଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ନାମରେ ବହୁ ଡକାୟତି ମାମଲା ଥିବା ବେଳେ ଗତ ଜୁଲାଇ ୨ ରେ ଗୁରାପଲ୍ଲି ଟୋଲଗେଟ୍‌ ଡକାୟତି ମାମଲାରେ ମଧ୍ୟ ଉଭୟ ସମ୍ପୃକ୍ତ ଥିବା ଆଇଆଇସି ସୂଚନା ଦେଇଛନ୍ତି । 

Leave a comment