କୁଖ୍ୟାତ ଅପରାଧୀଙ୍କ ଦମନ ପାଇଁ ଦୁଇଟି ଏନକାଉଣ୍ଟର କଲା କମିଶନରେଟ ପୁଲିସ, ପୋଡା ଓ ବିବେକ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କିଛିଦିନ ହେବ କମିଶନରେଟ ପୁଲିସର ନିଦାହଜାଇ ଦେଇଥିଲେ ଅପରାଧୀ । ପୋଲିସକୁ ଚ୍ୟାଲେଞ୍ଜ କରି ଘଟାଇ ଚାଲିଥଲେ ଅପରାଧ । ଯାହାକୁ ନେଇ ଅନେକ ନିନ୍ଦା ଶୁଣିବାକୁ ପଡିଥଲା ପୋଲିସକୁ । ଏହି ନିନ୍ଦାରୁ ମୁକୁଳିବାକୁ ଆକ୍ସନ ମୁଡ଼ରେ କମିଶନରେଟ ପୁଲିସ । ଆଜି ଭୋର ସମୟରେ ଭୁବନେଶ୍ୱର ଉପକଣ୍ଠରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୋଲିସ ।

ଏହି ଏନକାଉଣ୍ଟରରେ ପୋଡା ଓରଫ ଅରୁଣ ମଲ୍ଲିକ (୪୨) ଓ ବିବେକ ଓରଫ ବିବେକାନନ୍ଦ ନାୟକ (୨୨) ଗୁରୁତର ଆହତ ହୋଇଛନ୍ତି । ପୋଡାର ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ପଥରପେଣ୍ଠରେ ହୋଇଥିବା ବେଳେ ବିବେକର ଘର ଆଠଗଡ ଅରଖପାଟଣା ଅଞ୍ଚଳରେ ବୋଲି ଜଣାପଡିଛି । ଏମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଠାରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି ।

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ ପୋଲିସକୁ ଚ୍ୟାଲେଞ୍ଜ କରି ଅପରାଧୀ ଘଟାଇ ଚାଲିଥିଲେ ଲୁଟପାଟ । ଏହି ଅପରାଧ ରୋକିବାକୁ କମିଶନରେଟ ପୁଲିସର ୫ଟି ଟିମ ତଦନ୍ତ ଚଳାଇଥିଲା । ଶୁକ୍ରବାର ରାତିରେ ବାଲିଅନ୍ତା ଥାନା ରଙ୍ଗବଜାର ନିକଟରେ ଏକ କାରରେ ୩/୪ଜଣ ସନ୍ଦିଗ୍ଧ ଭାବେ ବସିଥିବା ପୁଲିସକୁ ଖବର ମିଳିଥିଲା । ଖବରପାଇ ସ୍ପେଶାଲ ସ୍କ୍ୱାଡ ସେଠାରେ ଚଢଉ କରିଥିଲା । ପୁଲିସ ଦେଖି ସେମାନେ ଖସି ଯିବାକୁ ଚେଷ୍ଠା କରିଥିଲେ । ପିଛା କରିବାରୁ ସେମାନେ ପୁଲିସ ଉପରକୁ ଗୁଳିମାଡ କରିଥିଲେ । ପରେ ପୁଲିସ ପାଲଟା ଗୁଳିମାଡ କରିଥିଲା । ବେଶ କିଛି ସମୟ ପର୍ଯ୍ୟନ୍ତ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଅପରାଧୀଙ୍କ ଗୁଳିରୁ ସ୍ପେଶାଲ ସ୍କ୍ୱାଡ ଏସିପି ସଞ୍ଜୀବ ଶତପଥୀ ଓ ଅନୁପ କାନୁନଗୋ ଅଳ୍ପକେ ବର୍ତି ଯାଇଥିଲେ । ପରେ ପୁଲିସ ଗୁଳିମାଡ କରିଥିଲା । ଫଳରେ ଦୁଇ ଅପରାଧୀ ବିବେକ ଓ ପୋଡା ଗୁରୁତର ଆହତ ହୋଇଥିଲେ । ପୁଲିସ ସେମାନଙ୍କୁ କାବୁ କରିଥିବା ବେଳେ ସହଯୋଗୀମାନେ ଖସି ପଳାଇଯାଇଥିଲେ । ପୁଲିସ ସେମାନଙ୍କ ଠାରୁ ବନ୍ଧୁକ, ଗୁଳି ଆଦି ଜବତ କରିଛି । ଏମାନେ ତୃପ୍ତି ହୋଟେଲ ମାଲିକ ଆକ୍ରମଣ, ଆଦିମାତା କଲୋନୀ ଲୁଟ, ବାଲିଅନ୍ତା ୩୫ଲକ୍ଷ ଡକାୟତି ଓ କାର ଲୁଟ ମାମଲାରେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଗ୍ୟାଙ୍ଗକୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି ।

Leave a comment