କଟକରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକା ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକରେ ଏନକାଉଣ୍ଟର। କନ୍ଦରପୁର ଥାନା ପୋଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ଆଜି ସକାଳୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ନିକଟରୁ ଗୋଟିଏ ବନ୍ଧୁକ, ୩ ରାଉଣ୍ଡ ଗୁଳି ସହ ବାଇକ୍ ଜବତ କରିଛି କନ୍ଦରପୁର ଥାନା ପୋଲିସ । ଏକ ଅପରାଧିକ ମାମଲାରେ ପୋଲିସ ତାକୁ ଖୋଜୁଥିଲା । ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ରାକା ଜଗତସିଂହପୁରରୁ କଟକ ଆସୁଥିଲା । ଖବର ପାଇ ପୋଲିସ ପରମହଂସ-ଅଠାଙ୍ଗ ୪୨ ନମ୍ବର ମଉଜା ନଇ ବନ୍ଧରେ ରାକାର ପିଛା କରିଥିଲା । ପୋଲିସକୁ ଦେଖି ପ୍ରଥମେ ଗୁଳି ଚଳାଇଥିଲା ରାକା । ପୋଲିସର ପାଲଟା ଗୁଳି ରାକାର ଗୋଡ଼ରେ ବାଜିଛି । ରାକାକୁ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗୁଳି ବିନିମୟ ବେଳେ କନ୍ଦରପୁର ଥାନା ଆଇଆଇସି ଓ ଏସଆଇ ମଧ୍ୟ ଆହାତ ହୋଇଛନ୍ତି । ରାକା ଏକାଧିକ ଅପରାଧରେ ଜଡ଼ିତ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି । କଟକ ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ରାକା ବିରୋଧରେ ରହିଛି ସଂଗୀନ ମାମଲା ।

Leave a comment