ଇଂ.ଦିଲ୍ଲୀପ ପଣ୍ଡାଙ୍କ ପରଲୋକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଶ୍ରୀଯୁକ୍ତ ଇଂ.ଦିଲ୍ଲୀପ ଚନ୍ଦ୍ର ପଣ୍ଡା ୯୩ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତା ୧୮.୦୧. ୨୦୨୨ ରିଖ ମଙ୍ଗଲବାର ସକାଳ ଘ. ୮ ଟା ୩୬ମି.ରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଶ୍ରୀଯୁକ୍ତ ପଣ୍ଡା ଜଣେ ଜଣାଶୁଣା ଇଂଜିନିୟର ତଥା କର୍ମନିଷ୍ଠ ବ୍ୟକ୍ତି ଭାବେ ଖ୍ୟାତି ଅର୍ଜନ କରିଥିଲେ। ।
ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗରେ ମୁଖ୍ୟ ଇଞ୍ଜିନିୟର ସହ ସମ୍ପାଦକ ଦାୟିତ୍ଵ ତୁଲାଇ ୧୯୮୬ ମସିହାରେ ଅବସର ଗ୍ରହଣ କରିଥିଲେ। ପଶ୍ଚିମ ଓଡିଶା ବିକାଶ ପରିଷଦରେ ଜଣେ ସୁଦକ୍ଷ ସଦସ୍ୟଭାବେ କାର୍ଯ୍ୟ କରିଥିଲେ। ଏହା ବ୍ୟତୀତ ଶ୍ରୀଯୁକ୍ତ ପଣ୍ଡା ଅନନ୍ୟା ପ୍ରତିଭାର ଅଧିକାରୀ ଥିଲେ। ଫଟୋ ଉଠେଇବା, ଭ୍ରମଣ, ସାହିତ୍ୟ, ବଗିଚା କାମ, ଉଡାଣ ଆଦିକୁ ଭଲ ପାଉଥିଲେ ଓ ସେ ବାକ ଚାତୁରୀର ଧନୀ ଥିଲେ। ଏହି ଅସମୟରେ ଶୋକସନ୍ତପ୍ତ ପରିବାର ବର୍ଗ ତାଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ ବିନତା ପଣ୍ଡା, ଜ୍ୟେଷ୍ଠପୁତ୍ର ସ୍ଵର୍ଗତ ସତ୍ୟବ୍ରତଙ୍କ ପତ୍ନୀ ସୀତା, ଚାରି ସନ୍ତାନ – ଦେବବ୍ରତ, ଦେବାଶିଷ, ଦିପ୍ତି, ମିତ୍ରବିନ୍ଧା ଓ ସେମାନଙ୍କ ପତି/ପତ୍ନୀ ଏବଂ ନାତି ନାତୁଣୀ ଉପସ୍ଥିତ ଥିଲେ।