ବିମାନରେ ପକ୍ଷୀ ମାଡ଼ ଯୋଗୁ ଜରୁରୀ ଅବତରଣ ଘଟଣା; ରେଡ୍ ଜୋନରେ ଥିବା ରାସ୍ତାକଡ଼ରୁ ହଟାଗଲା ଆମିଷ ଦୋକାନ
ବିମାନ ବନ୍ଦରରେ ପକ୍ଷୀ ଉଡିବା ଓ ବିମାନ ସହ ଧକ୍କା ହେବା ଘଟଣାକୁ ଗୁରୁତର ସହ ନେଇଛନ୍ତି ଉଭୟ ବିମାନବନ୍ଦର ଓ ବିଏମସି କର୍ତ୍ତୃପକ୍ଷ । ଘଟଣାର ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନିଆଯାଉଛି । ଗତକାଲିର ଘଟଣା ପରେ ବିମାନ ବନ୍ଦର ଭିତର ଓ ବାହାର ଅଞ୍ଚଳ ପରିଦର୍ଶନ କରିଛନ୍ତି ବିମାନବନ୍ଦର ନିର୍ଦେଶକ ଓ ଟିମ୍ ।
ସେପଟେ ବିଏମସି ଓ ବିଡିଏ ପକ୍ଷରୁ ଜୋରଦାର ହୋଇଛି ଉଛେଦ ଅଭିଯାନ। ରେଡ଼ ଯୋନରେ ଥିବା ଜାଗମରା ଅଞ୍ଚଳରେ ରାସ୍ତାକଡ଼ରୁ ହଟା ଯାଇଛି ଆମିଷ ଦୋକାନ । ଉଛେଦ ଅଭିଯାନରେ ୩ଟି ଏନ୍ଫୋର୍ସମେଣ୍ଟ ସ୍କ୍ୱାର୍ଡ ଟିମ ସାମିଲ ହୋଇଛନ୍ତି। ଗତକାଲି ଅପରାହ୍ନରେ ଭୁବନେଶ୍ୱର-ପୁଣେ ଏୟାର ଏସିଆ ବିମାନ ସହିତ ଏକ ପକ୍ଷୀ ଧକ୍କା ହୋଇଥିଲା । ଜରୁରୀ ଅବତରଣ ସହ ଯାତ୍ରୀଙ୍କୁ ହଟହଟ୍ଟାହେବାକୁ ପଡିଥିଲା । ବିମାନ ବନ୍ଦର ଅଞ୍ଚଳରେ ପକ୍ଷୀଙ୍କୁ ଆକୃଷ୍ଟ କଲାଭଳି ଦୋକାନ ବଜାର ଗଢି ଉଠିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ବିଏମସି ସହ ଆଲୋଚନା କରି ସମସ୍ୟାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦିଆଯାଇଛି।