‘ ତିତ୍ଲି ’ କୁ ନେଇ ରାଜ୍ୟ କଂଗ୍ରେସ ଚଳଚଞ୍ଚଳ, ଖୋଲାହେଲା ‘ ଇର୍ମଜେନ୍ସି ହେଲ୍ପ ସେଲ୍ ’
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିପ୍ ଡିପ୍ରେସନ୍ ‘ତିତ୍ଲି’ର ପ୍ରଭାବ ରେ ହେବାକୁ ଥିବା କ୍ଷୟକ୍ଷତି କୁ ଦୃଷ୍ଟିରେ ରଖି ଚଳ ଚଞ୍ଚଳ ହୋଇଉଠିଛି ରାଜ୍ୟ କଂଗ୍ରେସ । ଭୟଙ୍କର ବାତ୍ୟା ଓ ଏହାର ପ୍ରଭାବରେ ହେବାକୁ ଥିବା ବନ୍ୟା ପିଡ଼ିଟଙ୍କାପ୍ପ ପାଇଁ ଜାରି କରିଛି ଏକ ୨୪ ଘଣ୍ଟିଆ ‘ଇର୍ମଜେନ୍ସି ହେଲ୍ପ ସେଲ୍’ ବା ଜରୁରୀକାଳନୀ ସେବା ପ୍ରକୋଷ୍ଠ । ଏ ସମ୍ପର୍କରେ ସୂଚନା ଦେଇ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ ୧୦ ତାରିଖ ସନ୍ଧ୍ୟା ୬ଟାରୁ ୧୬ତାରିଖ ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠ କାର୍ଯ୍ୟ କରିବ ।
ଏହି ପ୍ରକୋଷ୍ଠର ଦାୟିତ୍ୱ ବିଭିନ୍ନ ପଦାଧିକାରୀମାନଙ୍କୁ ଦିଆଯିବା ସହ ମୋବାଇଲ ନମ୍ବର ମଧ୍ୟ ଜାରି କରାଯାଇଛି । ‘ତିତ୍ଲି’ ଦ୍ୱାରା କ୍ଷତିଗ୍ରସ୍ତଙ୍କ ଅଭିଯୋଗ ଓ ପରାମର୍ଶକୁ ନେଇ ସେମାନଙ୍କୁ ରାଜ୍ୟ କଂଗ୍ରେସ ତରଫରୁ ସାହାଯ୍ୟ କରାଯିବ ବୋଇଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଏହି ଜରୁରୀକାଳନୀ ସେବା ପ୍ରକୋଷ୍ଠ ଦାୟିତ୍ୱରେ ସଂଯୋଜକ ଭାବେ ପିସିସି ସାଧାରଣ ସମ୍ପାଦକ, ସହସଂଯୋଜକ ଭାବେ ପଦ୍ମାକର ଗୁରୁ, ରସିକ ପଟ୍ଟନାୟକ, ରଵୀଦ୍ର ଆଚାର୍ଯ୍ୟ, ଅଲେଖ ସାମଲ, ମାନସ ଆଚାର୍ଯ୍ୟ ଓ ଲିଙ୍ଗରାଜ ସାହୁ ଅଛନ୍ତି ।