ଭାରତ ସହ ଯୁଦ୍ଧର ଧମକ ଦେଲେ ଇମ୍ରାନ
ଭାରତର ପଡୋଶୀ ଦେଶ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ନେଇ ଏକ ଟ୍ୱିଟ କରିଛନ୍ତି। ୨୦୧୯ ଫେବ୍ରୁଆରୀ ୨୬ ତାରିଖ ରାତି ୩ଟାରେ ଭାରତ ଏଲଓସି ପାର କରି ପାକିସ୍ତାନର ସୀମାରେ ପଶି ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କୀ ଠିକଣା ଗୁଡିକୁ ଧ୍ୱଂସ କରିଥିଲା। ପରେ ଏହାକୁ ବାଲାକୋଟ ଏୟାର ଷ୍ଟ୍ରାଇକ ନାଁରେ ଲୋକେ ଜାଣିଥିଲେ। ବାଲାକୋଟ ଏୟାର ଷ୍ଟ୍ରାଇକର ତିନି ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟ୍ୱିଟ୍ କରି ଭାରତକୁ ଧମକାଇବାକୁ ଚେଷ୍ଟା କରିଛନ୍ତି।
ଇମ୍ରାନ ଟ୍ୱିଟରେ ଲେଖିଛନ୍ତି, ମୁଁ ସବୁବେଳେ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ସଂଘର୍ଷର ସମାଧାନ ଉପରେ ବିଶ୍ୱାସ କରୁଛି। କିନ୍ତୁ କେବେ ବି ଏହାକୁ ଦୁର୍ବଳତାର ସଂକେତ ରୁପେ ଗ୍ରହଣ ନକରାଯିବା ଦରକାର । ପୁଲୱାମା ଆକ୍ରମଣ ପରେ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ ଜରିଆରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନକୁ ଧ୍ୱଂସ କରିଦେଇଥିଲା।