ପ୍ରଶାସନ ପକ୍ଷରୁ ପୁଣି ଏମାର ମଠ ଯାଞ୍ଚ, ସାମିଲ ଅଛି ସ୍ୱତନ୍ତ୍ର ଟିମ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଶାସନ ପକ୍ଷରୁ ଏମାର ମଠ ଯାଞ୍ଚ । ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ବତନ୍ତ୍ର ଟିମ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ତହସିଲଦାର, ଏଣ୍ଡାମେଣ୍ଟ ଅଧିକାରୀ ଆଦି ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଯାଞ୍ଚ ଚାଲିଛି ।ସେହିପରି ପୂର୍ବରୁ ୫୨୨ ଓ ପରେ ୪୨ଖଣ୍ଡ ରୂପା ଇଟା ଏମାର ମଠରୁ ଜବତ ହୋଇଥିଲା। ଆଜି ପୁନର୍ବାର ପ୍ରଶାସନ ପକ୍ଷରୁ ଏମାରମଠ ଯାଞ୍ଚ କରାଯାଉଛି। ମେଟାଲ ଡିଟେକ୍ଟର ସାହାଯ୍ୟରେ ମଠର ବିଭିନ୍ନ ସ୍ଥାନକୁ ଟିକନିକ ଯାଞ୍ଚ କରାଯାଉଛି। ମଠ ପରିଚାଳନା ଦାୟିତ୍ୱରେ ଥିବା ଉତ୍ତରପାର୍ଶ୍ୱ ମଠର ମହନ୍ତଙ୍କ ନାରାୟଣ ରାମାନୁଜ ଦାସଙ୍କ ଲିଖିତ ନିବେଦନକୁ ବିଚାରକରି ଏହି ଯାଞ୍ଚ କରାଯାଉଛି।

Leave a comment