ବୈଜ୍ଞାନିକଙ୍କ ଚେତାବନୀ ! ପୃଥିବୀକୁ ଆସିବେ ଏଲିୟନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ମ୍ୟାକ ଗିଲ୍‌ ୟୁନିଭର୍ସିଟିର ଇନଭେନସନ ବାୟୋଲଜି ପ୍ରଫେସର ଏନ୍ଥନୀ ରିକିୟାର୍ଡି ମଣିଷର ଅନ୍ତରୀକ୍ଷ ପ୍ରତି ଆଗ୍ରହ ହିଁ ତାକୁ ଏଲିୟନ ପ୍ରାଣୀଙ୍କ ସମସ୍ୟା ସହ ସମ୍ବଦ୍ଧିତ କରିବ ବୋଲି କହିଛନ୍ତି। ମଣିଷ ଯୋଗୁ ଏଲିୟନ ପ୍ରାଣୀ ପୃଥିବୀକୁ ପ୍ରବେଶ କରିବେ ବୋଲି ସେ କହିଥିବା ବେଳେ ସେମାନଙ୍କୁ ପୃଥିବୀକୁ ମଣିଷ ହିଁ ଆମନ୍ତ୍ରିତ କରୁଥିବାର କହିଛନ୍ତି। ଅନ୍ତରୀକ୍ଷ କାର୍ଯ୍ୟକ୍ରମରେ ମଣିଷ ଯେତିକି ଅଗ୍ରଗତି କରିବ ପୃଥିବୀ ଉପରେ ଏଲିୟନଙ୍କ ଆକ୍ରମଣର ଆଶଙ୍କା ସେତିକି ଅଧିକ ବଢ଼ିଯିବ ବୋଲି ସେ ଦାବି କରିଛନ୍ତି। ଏ ସମ୍ପର୍କିତ ରିସର୍ଚ୍ଚ ପେପର ବାୟୋ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି।
ରିପୋର୍ଟ ଅନୁସାରେ ମଣିଷ ମହାକାଶକୁ ଯେତେ ଯାନ ପ୍ରେରଣ କରିବ ଏହା ସହ ସେତିକି ଏଲିୟନ ଜୀବ ପୃଥିବୀକୁ ଆସିବେ ବୋଲି କୁହାଯାଇଛି। ହୁଏତ ଏହି ଜୀବନମାନେ ମଣିଷ ଆଖିକୁ ଦେଖାଯାଇ ନପାରନ୍ତି ହେଲେ ପୃଥିବୀକୁ ଅନୁପ୍ରବେଶ କରି ବଡ଼ ବିପଦର କାରଣ ହେବେ। ଯଦି ଏହି ଜୀବମାନେ ପୃଥିବୀକୁ ସେମାନଙ୍କର ବାସ ସ୍ଥାନ ଭାବେ ବାଛି ନେଲେ ତେବେ ପୃଥିବୀର ମୂଳ ନିବାସୀଙ୍କ ଲାଗି ବିପଦର କାରଣ ପାଲଟିବେ ବୋଲି ଏନ୍ଥୋନୀ କହିଛନ୍ତି।
ତେବେ କେବଳ ଅନ୍ତରୀକ୍ଷରୁ ଏହି ବିପଦ ନାହିଁ ପୃଥିବୀ ଆଡୁ ମଧ୍ୟ ଅନ୍ତରୀକ୍ଷ ପ୍ରତି ସମାନ ବିପଦ ରହୁଛି ବୋଲି ଏନ୍ଥନୀ କହିଛନ୍ତି। ପୃଥିବୀରୁ ଯାଉଥିବା ମହାକାଶ ଯାନ ସହ ଏଠାକାର ସୁକ୍ଷ୍ମ ଓ ପରଜୀବିମାନେ ଅନ୍ତରୀକ୍ଷକୁ ପହଞ୍ଚିପାରନ୍ତି। ଫଳରେ ଏପରି ଜୀବଜନ୍ତୁ ଉଭୟ କ୍ଷେତ୍ରରେ ପ୍ରଦୂଷଣ ବୃଦ୍ଧି କରିବେ। ଏଣୁ ଏନ୍ଥୋନୀ ଓ ତାଙ୍କ ସାଥୀମାନେ ଏକ୍ସଟ୍ରାଟେରଷ୍ଟ୍ରିଅଲ ଲାଇଫ କ୍ଷେତ୍ରରେ ଏଷ୍ଟ୍ରୋ ବାୟୋଲଜିଷ୍ଟ ଓ ଇନଭେସନ ବାୟୋଲଜିଷ୍ଟ ମିଳିତ କାମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ବୈଜ୍ଞାନିକଙ୍କ କହିବା କଥା ହେଲା ଅନ୍ତରୀକ୍ଷ ଯାନରେ ଆସୁଥିବା ଏଲିୟନ ଜୀବ ପ୍ରାୟତଃ ସୁକ୍ଷ୍ମ ଅର୍ଥାତ ବ୍ୟାକ୍ଟରିଆ ବା ସେହିଭଳି ହୋଇଥାନ୍ତି। ଯାହାକୁ ବୈଜ୍ଞାନିକମାନେ ଅନ୍ତରଗ୍ରହ ପ୍ରଦୂଷଣ ବୋଲି କହୁଛନ୍ତି। ତେବେ ଏଭଳି ଆଶଙ୍କା କ୍ୱଚିତ ବୋଲି କହୁଥିବା ବେଳେ ଏବେ ଯେପରି ମହାକାଶ ପ୍ରତିଯୋଗୀତା ଆରମ୍ଭ ହୋଇଛି ଓ ଦେଶମାନେ ବିଭିନ୍ନ ଗ୍ରହଙ୍କୁ ମହାକାଶଯାନ ପ୍ରେରଣ କରୁଛନ୍ତି ଓ ସେଗୁଡିକୁ ପୁଣି ପୃଥିବୀକୁ ଆଣୁଛନ୍ତି ଏଥିରୁ ଏହି ସମସ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।
ତେବେ ମଣିଷ ପାଇଁ ଏହା ନୂଆ ନୁହେଁ ପୂର୍ବରୁ ମଧ୍ୟ ଏପରି ଜୀବଙ୍କୁ ଏଠାରୁ ସେଠାକୁ ପଠାଇ ମହାବିପର୍ଯ୍ୟୟ ସୃଷ୍ଟି କରିଛି। ଆମେରିକୀୟ ଫଙ୍ଗସ ଅଷ୍ଟ୍ରୋପୁସିନିଆ ସିଡିକୁ ସେମାନେ ଏହାର ଉଦାହରଣ ବୋଲି କହିଛନ୍ତି। ଏହି ପଙ୍ଗସ ଯୋଗୁ ଅଷ୍ଟ୍ରେଲିଆରୁ ଏବେ ୟୁକାଲପଟାସ ବଂଶ ପ୍ରାୟ ଶେଷ ହୋଇଯାଉଥିବା କହିଛନ୍ତି। ଏଥିରୁ ଅନ୍ତରୀକ୍ଷ ଜନିତ ପ୍ରଦୂଷଣକୁ ନଜରରେ ରଖି ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥାନ ନାସା ୧୯୬୦ ମସିହାରେ ପ୍ଲାନେଟ୍ରି ପ୍ରୋଟେକ୍ସନ ପଲିସି ପ୍ରଣୟନ କରିଥିଲେ। ହେଲେ ଅନ୍ତରୀକ୍ଷରେ ଏବେ ବଢୁଥିବା ମଣିଷର ଗତିବିଧିରୁ ପୃଥିବୀକୁ ଏଲିୟନ ଆସୁଥିବା ଏକ ପ୍ରକାର ନିଶ୍ଟିତ ବୋଲି କହିଛନ୍ତି।

Leave a comment