ହୃଦୟବିଦାରକ : ବୋଟସ୍‌ଓ୍ୱାନାରେ ୩୫୦ ହାତୀଙ୍କର ରହସ୍ୟଜନକ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ଦକ୍ଷିଣ ଆଫ୍ରିକାର ବୋଟସଓ୍ୱାନାରେ ୩୫୦ରୁ ଅଧିକ ହାତୀଙ୍କର ରହସ୍ୟମୟ ଢଙ୍ଗରେ ମୃତ୍ୟୁ ହୋଇଛି । ଏହି ହାତୀଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଅଧିକାଂଶ ହାତୀ ଜଳସ୍ରୋତର ନିକଟରେ ମରିପଡିଛନ୍ତି । ଏବେ ବୋଟସଓ୍ୱାନାର ସରକାର ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ହାତୀଙ୍କୁ ବିଷ ଦିଆଯାଇଛି କିମ୍ବା ତାଙ୍କର ମୃତ୍ୟୁ ଅଜଣା ରୋଗରେ ହୋଇଛି । ଉତ୍ତର ବୋଟସଓ୍ବାନା ଓ ଏହାର ଓକବ୍ୟାଙ୍ଗୋ ଡେଲ୍ଟାରେ ୩୫୦ରୁ ଅଧିକ ହାତୀଙ୍କର ଗଳିତ ମୃତଦେହ ଚାରିଆଡେ ପଡି ରହିଛି । ହାତୀଙ୍କର ପ୍ରଥମ ରହସ୍ୟମୟ ମୃତ୍ୟୁ ମଇ ମାସରେ ହୋଇଥିଲା । ଏହାର କିଛି ଦିନ ଭିତରେ ଓକବ୍ୟାଙ୍ଗୋ ଡେଲ୍ଟାରେ ୧୬୯ ହାତୀଙ୍କର ମୃତ୍ୟୁ ହୋଇଥିଲା । ବିଶ୍ୱର ଅନ୍ୟତମ ପ୍ରମୁଖ ଗଣମାଧ୍ୟମ ଡେଲି ମେଲରେ ପ୍ରକାଶିତ ପାଇଥିବା ଖବର ଅନୁସାରେ, ଜୁନର ମଧ୍ୟ ଭାଗରେ ହାତୀଙ୍କର ମରିବାର ସଂଖ୍ୟା ପ୍ରାୟ ଦୁଇଗୁଣ ହୋଇଯାଇଛି । ଏଥିରେ ୭୦ ପ୍ରତିଶତ ହାତୀଙ୍କର ମୃତ୍ୟୁ ଜଳସ୍ରୋତ ନିକଟରେ ହୋଇଛି । ବୋଟସଓ୍ୱାନା ସରକାର ଏପର୍ଯ୍ୟନ୍ତ ଏହି ହାତୀ ଗୁଡିକର ମୃତଦେହର ଯାଞ୍ଚ କରିନାହାନ୍ତି, କିନ୍ତୁ ଆଶଙ୍କା କରାଯାଉଛି ହାତୀଙ୍କର ମୃତ୍ୟୁ ବିଷ ଯୋଗୁଁ ହୋଇଛି ।

Leave a comment