ସାଇକଲ ରେ ଯାଉଥିଲେ, ଦୁଇଜଣଙ୍କୁ ଦଳିଦେଲା ହାତୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହାତୀ ଆକ୍ରମଣରେ କକା-ପୁତୁରା ମୃତ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ୨ ଜଣଙ୍କୁ ହାତୀ ଦଳି ଦେଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଡିମିରିକୁଦା ନିଜ ଗାଁରୁ ସାଇକେଲରେ କକା-ପୁତୁରା ଆସିଥିଲେ । ସେମାନେ ଗାଁରୁ ଏକ ସାଇକେଲରେ କେଉଁଆଡେ ଯାଉଥିଲେ । ତେବେ ରେଢାଖୋଲ ରେଞ୍ଜ୍ ଖୋଲଗଡ଼ ସଂରକ୍ଷିତ ଜଙ୍ଗଲରେ ସେମାନେ ହାତୀ ହାବୁଡରେ ପଡି ଯାଇଥିଲେ। ହାତୀ ଉଭୟଙ୍କୁ ଟାଣି ଆଣିବା ସହ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି ।

Leave a comment