ପୁରୀରେ ବିଦ୍ୟୁତ ଯୋଗାଣ ଆରମ୍ଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାମୁଦ୍ରିକ ଝଡ଼ ଫନୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ବେଳେ ପୁରୀ ଜିଲ୍ଲାରେ ଏହାର ସବୁଠୁ ଅଧିକ ପ୍ରଭାବ ପଡ଼ିଥିଲା । ପୁରୀ ଉପକୂଳରେ ଲ୍ୟାଣ୍ଡ ଫଲ୍ କରିବ ପରେ ଏଠାରେ ତାଣ୍ଡବ ରଚିଥିଲା ଫନୀ । ଏହା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା । ତେବେ ବାତ୍ୟାର ୧୩ ଦିନ ପରେ ଅର୍ଥାତ୍ ଆଜିଠୁ ପୁରୀର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଯୋଗାଣ ଆରମ୍ଭ ହେବ । ବଡ଼ଦାଣ୍ଡ, ବଳିଆପଣ୍ଡା, ଅଠରନଳା ଓ କଚେରୀ ଅଞ୍ଚଳକୁ ଆଜି ବିଦ୍ୟୁତ ଯୋଗାଣ କରାଯିବ ।

ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯିବ ବୋଲି ପୁରୀ ଡିଭିଜନର ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସବୁ ଅଞ୍ଚଳକୁ ଖୁବ ଶୀଘ୍ର ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ସମସ୍ତ ପ୍ରକାର ଯାଞ୍ଚ ପରେ ସବୁ ସ୍ଥାନକୁ ବିଦ୍ୟୁତ ସଂଯୋଗ କରାଯିବ । ଲୋକମାନେ ବ୍ୟସ୍ତ ନ ହୋଇ ଅପେକ୍ଷା କରିବାକୁ ପୁରୀ ଡିଭିଜନର ଅଧିକାରୀ କହିଛନ୍ତି ।

Leave a comment