ସ୍ମାର୍ଟ ସିଟିରେ ଏଣିକି ଗଡ଼ିବ ଇଲେକ୍ଟ୍ରିକ ବସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ମାର୍ଟ ସିଟିରୁ କମିବ ପ୍ରଦୂଷଣ । ରାଜଧାନୀରେ ଏଣିକି ଗଡ଼ିବ ଇଲେକ୍ଟ୍ରିକ ବସ । ପ୍ରାରମ୍ଭିକ ପର୍ଯ୍ୟାୟରେ କେନ୍ଦ୍ର ସରକାର ଭୁବନେଶ୍ୱରକୁ ଦେବେ ୫୦ଟି ବସ ।

ସୂଚନା ଅନୁଯାୟୀ, ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କେନ୍ଦ୍ରସରକାର ୬୪ଟି ସହରକୁ ମୋଟ ୫୫୯୫ଟି ଇଲେକ୍ଟ୍ରିକ ବସ ଯୋଗାଇ ଦେବାକୁ ସ୍ଥିର କରିଛନ୍ତି । ଏହି ସହର ମଧ୍ୟରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ମଧ୍ୟ ଅଛି । ଏହି ସହର ମାନଙ୍କ ମଧ୍ୟରେ ମହାରାଷ୍ଟ୍ରକୁ ସର୍ବାଧିକ ୭୨୫ଟି ବସ, ଗୁଜରାଟକୁ ୫୫୦ଟି ବସ, ଆନ୍ଧ୍ରକୁ ୩୦୦ଟି ବସ ଓ ଭୁବନେଶ୍ୱର କୁ ୫୦ଟି ଇଲେକ୍ଟ୍ରିକ ବସ ଯୋଗାଇ ଦିଆଯିବାର ଯୋଜନା ହୋଇଛି । କେନ୍ଦ୍ର ସରକାର ଏହି ଯୋଜନାକୁ ଫେମ୍ ଇଣ୍ଡିଆ ଯୋଜନା ନାମରେ ନାମିତ କରିଛନ୍ତି ।

Leave a comment