ପୁନଃପ୍ରାଥିପତ୍ର ଦାଖଲ ପାଇଁ ବିଜ୍ଞପ୍ତି ଜାରିକଲେ ରାଜ୍ୟ ନିର୍ବାଚନ କମିଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁଠୁ ସହର ରାଜନୈତିକ ପାଣିପାଗ ଉଷ୍ମ ହେବାରେ ଲାଗିଛି। ଆଜିଥିଲା
ପ୍ରଥିପାତ୍ର ପ୍ରତ୍ୟାହାର ତାରିଖ। ତେବେ ବିଭିନ୍ନ ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ ହୋଇନଥିବା ଜଣା ପଡିଥିଲା।
ତେଣୁ ସେହି ସ୍ଥାନରେ ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ମିଳିବ ଦ୍ୱିତୀୟ ସୁଯୋଗ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯିବ। ଆଉଥରେ ନାମାଙ୍କନ ଦାଖଲ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୭ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ୨୯ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଫେବୃଆରୀ ୧ ଯାଞ୍ଚ ପ୍ରକ୍ରିୟା, ୨ରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଏହା ମଧ୍ୟରେ ୪ ହଜାରରୁ ଅଧିକ ୱାର୍ଡ ମେମ୍ବର, ୬ ସମିତିସଭ୍ୟ, ୭ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ରାଜ୍ୟର କୋଭିଡ ସ୍ଥିତି ଉପରେ ନଜର ରଖାଯାଇଛି । ବିଭିନ୍ନ ଦିଗକୁ ତର୍ଜମା କରି ପ୍ରଚାର ପାଇଁ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।