ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ଲାଗୁହେଲା ୩୨୪ ଧାରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପରେ ନିର୍ବାଚନ କମିଶନ(ଇସି) ସେଠାରେ ପ୍ରଚାରକୁ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ପଶ୍ଚିମବଙ୍ଗର ପ୍ରମୁଖ ସଚିବ(ଗୃହ) ଆତେୟ ଭଟ୍ଟାଚାର୍ଯ୍ୟ ଏବଂ ଅତିରିକ୍ତ ମହାନିର୍ଦ୍ଦେଶକ ସିଆଇଡି ରାଜୀବ କୁମାରଙ୍କୁ ନିର୍ବାଚନ କମିଶନ ଛୁଟିରେ ପଠାଇ ଦେଇଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ବର୍ତ୍ତମାନ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ ବୋଲି କମିଶନ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ୭ମ ବା ଶେଷ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୯ରେ ହେବାକୁ ଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ୧୭ ତାରିଖ ଅପରାହ୍ନ ୬ଟାରେ ପ୍ରଚାର ଶେଷ ହେବ । ମାତ୍ର ପଶ୍ଚିମବଙ୍ଗରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହାଙ୍କ ଗସ୍ତ ବେଳେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ୧୬ ତାରିଖ ଅର୍ଥାତ ଆଜିରାତି ୧୦ଟାରୁ ଦମ୍‌ଦମ୍‌, ବରାସତ୍‌, ବସିରହାଟ୍‌, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବର, ଦକ୍ଷିଣ ଓ ଉତ୍ତର କୋଲକାତାରେ ପ୍ରଚାର ବନ୍ଦ କରିବାକୁ କୁହାଯାଇଛି । ପ୍ରଥମ ଥର ଲାଗି ଇସି ସମ୍ବିଧାନର ଧାରା ୩୨୪ ପ୍ରୟୋଗ କରିଛନ୍ତି । ଇସି ପଶ୍ଚିମବଙ୍ଗ ହିଂସାକାଣ୍ଡକୁ ନେଇ ନିନ୍ଦା କରିବା ସହ କହିଥିଲେ, ହିଂସାକାଣ୍ଡକୁ ନେଇ ଏବଂ ବିଦ୍ୟାସାଗରଙ୍କ ମୂର୍ତ୍ତିଭଙ୍ଗା ତାଙ୍କୁ ଗଭୀର ଆଘାତ ଦେଇଛି । ଏହିପରି ଆଇନ ଅମାନ୍ୟ କରିବା ଏବଂ ହିଂସାକାଣ୍ଡ ପୁଣି ଥରେ ଘଟିଲେ ଏପରି କାର୍ଯ୍ୟାନୁଷ୍ଠାନ ପୁଣି ଗ୍ରହଣ କରାଯିବ ।

Leave a comment