ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ: ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ୫ଟି ରାଜ୍ୟରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପ୍ରିଲ ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ରବିବାର ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୦ ରାଜ୍ୟର ୯୧ ଆସନ ପାଇଁ ଭୋଟ ଗ୍ରହଣ ହେବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟର ୯୭ ଆସନ, ତୃତୀୟ ପର୍ଯ୍ୟାୟରେ ୧୪ ରାଜ୍ୟର ୧୧୫ ଆସନ, ଚତୁର୍ଥ ପର୍ଯ୍ୟାୟରେ ୯ ରାଜ୍ୟର ୭୧ ଆସନ, ପଞ୍ଚମ ପର୍ଯ୍ୟାୟରେ ୭ ରାଜ୍ୟର ୫୧ ଆସନ, ଷଷ୍ଠ ପର୍ଯ୍ୟାୟରେ ୭ ରାଜ୍ୟର ୫୯ ଆସନ ଏବଂ ସପ୍ତମ ପର୍ଯ୍ୟାୟରେ ୮ ରାଜ୍ୟର ୫୯ ଆସନ ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ଆସନ୍ତା ୨୫ ତାରିଖକୁ ନାମାଙ୍କନ ଦାଖଲର ଶେଷ ତାରିଖ ଭାବେ ଘୋଷଣା କରାଯାଇଛି ।

ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ, ଏପ୍ରିଲ ୧୮ରେ ଦ୍ୱିତିୟ ପର୍ଯ୍ୟାୟ, ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ, ଏପ୍ରିଲ ୨୯ ତାରିଖରେ ଚତୁର୍ଥ ପର୍ଯ୍ୟାୟ, ମେ ୬ ତାରିଖରେ ପଞ୍ଚମ ପର୍ଯ୍ୟାୟ, ମେ ୧୨ ତାରିଖରେ ଷଷ୍ଠ ପର୍ଯ୍ୟାୟ ଭୋଟ ଗ୍ରହଣ ଏବଂ ମେ ୧୯ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ମେ ୨୩ରେ ହେବ ମତଗଣନା ।

ସେହିପରି ଆଜିଠାରୁ ସାରା ଦେଶରେ ନିର୍ବାଚନ ଆଚରଣ ବିଧି (କୋଡ ଅଫ୍‌ କଣ୍ଡକ୍ଟ) ଲାଗୁ କରାଯାଇଛି ।

Leave a comment