ନିର୍ବାଚନୀ ହିଂସା, ୧୫ରୁ ଅଧିକ ଆହତ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗଚ ଜାଗୁଳା ପଂଚାୟତରେ ରାଜନୈତିକ ହିଂସା ବଢ଼ିବାରେ ଲାଗୁଛି । ଏଭଳି ହିଂଶା ଜାଗୁଳା ପଂଚାୟତରେ ଦେଖିବାକୁ ମିଳିଛି । ଅଡାବନ୍ଦ ଗାଁରେ ଗ୍ରାମବାସୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ନ ଦେବାରୁ ଉତକ୍ଷିତ ହୋଇ ପୂର୍ବତନ ସରପଞ୍ଚ ପ୍ରାର୍ଥୀ ସୁରେଶ ମାହୁନ୍ତ ଓ ତାଙ୍କର ସମର୍ଥକମାନେ ଅନ୍ୟ ଏକ ଦଳର କର୍ମୀମାନଙ୍କୁ ଆକ୍ରମଣ କରିଥିଲେ ।
ଏହି ଆକ୍ରମଣରେ ଉଭୟ ପକ୍ଷରୁ ୧୫ଜଣ ଆହତ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଧାମରା ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚାନ୍ଦବାଲି ଏସଡିପିଓ ଓ ମେରାଇନ ଥାନା ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।