ନିର୍ବାଚନୀ ସଭାରେ ୩୦୦ଙ୍କୁ ଅନୁମତି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କୋହଳ ହେଲା ପ୍ରଚାର କଟକଣା । ଏଣିକି ୨୦ ଜଣ ଘରକୁ ଘର ବୁଲି କରିପାରିବେ ପ୍ରଚାର । ପୂର୍ବରୁ କୋରୋନା କଟକଣା ସଂକ୍ରମଣ ପାଇଁ ୫ ଜଣଙ୍କୁ ଅନୁମତି ରହିଥିଲା । ତେବେ ରାଜ୍ୟରେ ସଂକ୍ରମଣ କମୁଥିବାରୁ ରାଜନୈତିକ ସଭା ପାଇଁ ୩୦୦ ଲୋକଙ୍କୁ ଅନୁମତି ମଧ୍ୟ ଦେଇଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଏଡ଼ାଇବା ପାଇଁ ପୂର୍ବରୁ ୫ ଜଣଙ୍କୁ କୋଭିଡ କଟକଣା ମଧ୍ୟରେ ପ୍ରଚାର କରିପାରିବେ ବୋଲି ନିର୍ଦ୍ଦେଶ ରହିଥିଲା ।
ଏବେ ରାଜ୍ୟରେ କୋଭିଡ଼ ସଂକ୍ରମଣ କମୁଥିବାରୁ ସ୍ଥିତି ଦେଖି ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର । ପ୍ରାର୍ଥୀ ନିଜ ସହ ୨୦ ଜଣ ସମର୍ଥକଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ ବୋଲି ସରକାର ନୂଆ ନିୟମରେ ନିର୍ଦ୍ଦେଶ ଦେଇଛନ୍ତି । ସଭା ସମିତିରେ ୩୦୦ ଙ୍କୁ ନେଇ ବୈଠକ କରିପାରିବେ ରାଜନୈତିକ ଦଳ। ରାଲିକୁ ଅନୁମତି ଦିଆଯାଇ ନାହିଁ । ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କଲେ ନିର୍ବାଚନ କମିଶନ। ଯେଉଁମାନେ ନିର୍ବାଚନରେ ଭାଗ ନେବେ ସେମାନଙ୍କ ସୁରକ୍ଷାକୁ ନଜରରେ ରଖି ୮୦ ରୁ ୯୦ ଭାଗ କର୍ମଚାରୀଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି ।