ଇମ୍ରାନ ଖାନଙ୍କୁ ବଡ ଝଟକା; ଆଉ ଲଢ଼ିପାରିବେନି ନିର୍ବାଚନ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । କୁହାଯାଉଛି କି ନିର୍ବାଚନ ଆୟୋଗଙ୍କ ନିକଟରେ ଭୁଲ ତଥ୍ୟ ଦେଇଥିବା ଅପରାଧରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯାଇଛି ।
ପାକିସ୍ତାନର ମୁଖ୍ୟ ନିର୍ବାଚନ କମିଶନର ସିକନ୍ଦର ସୁଲତାନଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ସଦସ୍ୟ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହି ଘୋଷଣା ପରେ ଏବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
ପାକିସ୍ତାନରେ କ୍ଷମତାରେ ଥିବା ମେଣ୍ଟ ସରକାରର ଜଣେ ସାଂସଦ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ କି, ଇମ୍ରାନ ଖାନ ତୋଶଖାନାରେ ଥିବା ଉପହାରଗୁଡିକ ଶସ୍ତା ଦାମରେ କିଣି ଏହାକୁ ଅଧିକ ଦାମରେ ବିକ୍ରି କରିଦେଇଥିଲେ । ଏହି ଆବେଦନ ଉପରେ ନିର୍ବାଚନ ଆୟୋଗ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ।