ମିଲିଲାନି ଅନୁମତି, ଫୋନରେ ଦେଲେ ଭାଷଣ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ମିଲିଲାନି ଅନୁମତି । ବ୍ରହ୍ମପୁର ଏବଂ ଫୁଲବାଣୀରେ ହେବାକୁ ଥିବା ସଭାରେ ପହଞ୍ଚି ପାରିଲେନି ଯୋଗୀ ଆଦିତ୍ୟନାଥ । ବିଜେପି ନେତା ଓ ସମର୍ଥକ ହେଲେ ନିରାଶ ।

ସୂଚନା ଅନୁଯାୟୀ, ଆଜି ବ୍ରହ୍ମପୁରରେ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଫୁଲବାଣୀରେ କନ୍ଧମାଳର ଲୋକସଭା ପ୍ରାର୍ଥୀ ଖାରବେଳ ସ୍ୱାଇଁଙ୍କ ପାଇଁ ଯୋଗୀ ଅଦିତ୍ୟନାଥ ନିର୍ବାଚନୀ ପ୍ରଚାର ଅଭିଭାଷଣ ଦେବାର ଥିଲା । ମାତ୍ର ଯୋଗୀଙ୍କ ଆସିବାରେ ବିଳମ୍ବ ହେବାରୁ ଓ ତାଙ୍କ ହେଲିକପ୍ଟରରେ ନାଇଟ ଭିଜନ ନଥିବାରୁ ଭୁବନେଶ୍ୱର ବିମାନବନ୍ଦର ପକ୍ଷରୁ ହେଲିକପ୍ଟରକୁ ଉଡାଣ ଅନୁମତି ମିଳିପାରିନଥିଲା । ଫଳରେ ବଜେପି ସମର୍ଥକ ମାନଙ୍କୁ ଅନେକ ସମୟ ଧରି ଅପେକ୍ଷା କରି ରହିଥିଲେ । ଶେଷରେ ଯୋଗୀ ଟେଲିଫୋନ ଯୋଗେ ଭାଷଣ ଦେଇଥିଲେ ।

Leave a comment