ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ ତଥ୍ୟ ଦେଲେ ୬ମାସ ଜେଲ୍
ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ୍ ତଥ୍ୟ ଦେଲେ ୬ମାସ ଜେଲ୍ ଦଣ୍ଡ ସହ ଜରିମାନା ଦେବାକୁ ପଡ଼ିବ । ପଞ୍ଚାୟତ ନିର୍ବାଚନରେ ସ୍ୱଚ୍ଛତା ଆଣିବାକୁ ରାଜ୍ୟ ସରକାର ପଞ୍ଚାୟତ ଆଇନର ସଂଶୋଧନ ପାଇଁ ଅଧ୍ୟାଦେଶ ଜାରି ହୋଇଛି । ଓଡ଼ିଶା ଗ୍ରମପଞ୍ଚାୟତ ଆଇନ ୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଆଇନ ୧୯୫୯, ଜିଲ୍ଲା ପରିଷଦ ଆଇନ ୧୯୯୧ର ସଂଶୋଧନ କରାଯିବ ।
ଅଧ୍ୟାଦେଶ ଅନୁସାରେ ନାମାଙ୍କନ ପତ୍ର ଦାଖଲ ବେଳେ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ଅପରାଧିକ ମାମଲା, ସ୍ଥାବର ଅସ୍ଥାବର ସମ୍ପତ୍ତି ସମ୍ପୂର୍ଣ୍ଣ ତାଲିକା, ଶିକ୍ଷାଗତ ଯୋଗ୍ୟତା ସତ୍ୟପାଠ ଜରିଆରେ ଦେବେ। ନାମାଙ୍କନ ବେଳେ ଭୁଲ ତଥ୍ୟ ଦେଲେ ୬ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ଅର୍ଥ ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିପାରେ ।