କୋରୋନା ଭୟରେ ପତି, ପତ୍ନୀଙ୍କ ଆତ୍ମହତ୍ୟା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ସାରା ବିଶ୍ୱରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏହାର ଭୟ ଆମ ଦେଶବାସୀଙ୍କ ମନରେ ବଢ଼ିବାରେ ଲାଗିଛି । କାରଣ ଏହି କରୋନା ଭାରତ ମଧ୍ୟ ଗ୍ରାସ କରିସାରିଲେଣି । କୋରୋନା ଭୟରେ ଲୋକେ ଏତେ ଭୟବିତ ହେଲେଣି କି ଜୀବନ ହାରିବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳି ଏକ ଦୁଃଖଦ ଘଟଣା ପଞ୍ଜାବର ଅମୃତସ ଅଞ୍ଚଳରେ ଘଟିଛି । ସେଠାରେ ଜଣେ ଦମ୍ପତ୍ତି ଗୁରଜେନ୍ଦ୍ରର କୌର ଓ ବଲବିନ୍ଦର କୌର କୋରୋନା ଭୂତାଣୁର ଲକ୍ଷଣ ଯୋଗୁଁ ଭୟଭୀତ ହୋଇ ଆତ୍ମହତ୍ୟା କରିଛନ୍ତି । ଏପରିକି ସ୍ଥାନୀୟ ହସ୍ପିଟାଲର ଡାକ୍ତର ତାଙ୍କ ଶବର ପୋଷ୍ଟମଟମ କରିବାକୁ ମନା କରିଛନ୍ତି ।

ସୂଚନା ଅନୁଯାୟୀ, ପଞ୍ଜାବ ଅମୃତସରର ବାବା ବକାଳାର ସଠିୱାଲା ଗାଁର ୬୫ ବର୍ଷୀୟ ଗୁରଜେନ୍ଦ୍ରର ଓ ୬୩ ବର୍ଷୀୟ ବଲବିନ୍ଦର ଙ୍କର କୋରୋନା ଭୂତାଣୁର ଲକ୍ଷଣ ଦେଖାଯିବା ପରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେମାନେ ନିଜ ସୁସାଇଡ୍ ନୋଟରେ ଲେଖିଛନ୍ତି ଯେ ଆମେ କୋରୋନା ଭାଇରସ ଯୋଗୁଁ ମରିବାକୁ ଚାହୁଁନାହୁଁ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a comment
<p>You cannot copy content of this page</p>