ହାତୀ ଉପରେ ଚଢ଼ାଉ ଦେଲେ ଟ୍ରକ

ଓଡିଶା ଫାଷ୍ଟ( ବ୍ୟୁରୋ):ଢେଙ୍କାନାଳ ଜିଲ୍ଲା ଏନ୍ଏଚ୍-୫୫ର ସଦର ରେଞ୍ଜ୍ ଜୀବନଖୋଲ ନିକଟରେ ଆଜି ଭୋରରୁ ଟ୍ରକ୍ ଧକ୍କାରେ ଏକ ହାତୀର ଜୀବନ ଯାଇଛି। ଟ୍ରକ୍ ତଳେ ମୃତ ହାତୀଟି ଚାପି ହୋଇ ରହିଥିବାବେଳେ ଦୁର୍ଘଟଣା ପରେ ହାତୀର ଦାନ୍ତଟି ଭାଙ୍ଗି ଖଣ୍ଡେ ଦୂରରେ ପଡ଼ିଛି । ଆଉ ଗୋଟିଏ ହାତୀ ଆହତ ହୋଇ ଜଙ୍ଗଲକୁ ପଳାଇଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି। ଦୁର୍ଘଟଣାସ୍ଥଳଟି ହାତୀ ଯାତାୟାତ ରାସ୍ତା ବୋଲି ସୂଚନା ଫଳକ ଲାଗିଛି । ଏହାସତ୍ତ୍ୱେ କିପରି ଟ୍ରକ୍ଟି ଦ୍ରୁତ ଗତିରେ ଯାତାୟତ କରୁଥିଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l