ଏକାମ୍ର ରେ ୪ କୋଟି ଟଙ୍କା ପ୍ରକଳ୍ପ ର ଶୁଭାରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀରେ ପ୍ରାୟ ଚାରି କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ସେଥି ମଧ୍ୟରୁ ଶିଶୁପାଳ ଗଡ ଗ୍ରାମପଞ୍ଚାୟତ ବଡ଼ ଟାଙ୍ଗୀ ଅଞ୍ଚଳରେ ପଞ୍ଚାୟତ ରାଜ ବିଭାଗ ଅନୁଦାନରେ ରାସ୍ତା ଓ ପୋଲ ନିର୍ମାଣ, ସେହିପରି ଭୁବନେଶ୍ଵର ମହାନଗର ନିଗମ ୬୪ ନଂ ୱାର୍ଡ ର ଡୁମୁଡୁମା, ଯଦୁପୁର ଅଞ୍ଚଳ ର ଜଗମୋହନ ନଗର ଲେନ ୩,୭ ରାସ୍ତା ଓ ନାଳ, ପଞ୍ଚସଖା ନଗର, ଯଦୁପୁର କବର ସ୍ଥାନ ଠାରୁ ସରକନ୍ତରା , ପାଲା ମଣ୍ଡପ ଠାରୁ ନମକାନି ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନାଳ ଏବଂ ଡୁମୁଡୁମା ଗ୍ରାମ ପୋଖରୀ ଉନ୍ନତି କରଣ କାର୍ଯ୍ୟର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ଦିପ୍ତିମୟୀ ସୁନ୍ଦରାୟ, ସରପଞ୍ଚ ଇତିଶ୍ରୀ ଚମ୍ପତି, ସମିତି ସଭ୍ୟ। ରଶ୍ମିତା ଶ୍ରୀଚନ୍ଦନ, ପୂର୍ବତନ କର୍ପୋରେଟର ମୂଜାହିଦ୍ ହୁସେନ, ଜ୍ୟୋତ୍ସ୍ନା ମୟୀ ଜେନା, ଛବି ଦାସ,ବଡ଼ ଟାଙ୍ଗି ଉନ୍ନୟନ ସମିତି ସଭାପତି ବୃଷଭାନୁ ସାମଲ,ସମ୍ପାଦକ ରବୀନ୍ଦ୍ର ମଲ୍ଲିକ, ଡୁମୁଡୁମା ଗ୍ରାମ୍ୟ କମିଟି ର ଲୋକନାଥ ପାତ୍ର, ଗଦାଧର ପାତ୍ର,ସୁଶିଲ ବିଶ୍ଵାଳ, ପଞ୍ଚସଖା ନଗର ର ସଭାପତି ଦୀନବନ୍ଧୁ ପରିଡ଼ା, ସଂପାଦକ ହାଡିବନ୍ଧୁ ଦାସ, ସୁବାସ ସୁନ୍ଦରାୟ, ପ୍ରଶାନ୍ତ ଚମ୍ପତୀ, ରଶ୍ମି ରଂଜନ ଶ୍ରୀଚନ୍ଦନ,ସୁବ୍ରତ ପାଇକରାୟ, ଦିଲ୍ଲୀପ ଜେନା, ସହଦେବ ଜେନା, ସେଖ ବର୍କତ୍ ତୁଲା, ଶେଖ୍ ଜକାବର୍ ମହମ୍ମଦ, ଶେଖ୍ ଆମିନ୍ ମହମ୍ମଦ ଏବଂ ବିଭିନ୍ନ ଅଞ୍ଚଳର ମହିଳା ଓ ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ।