ସୁପ୍ରିମକୋର୍ଟଙ୍କ ରାୟ ପରେ ଶିକ୍ଷାବିତ୍ ଖୁସି

0

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ୯୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଏହାସହ ୪ ସପ୍ତାହରେ ଉତ୍ତର ରଖିବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ।

ଶିକ୍ଷାବିତଙ୍କ ଅଭିଯୋଗ ଥିଲା, ଅଧିନିୟମ ବିଶ୍ବବିଦ୍ୟାଳୟର ସ୍ବାୟତତ୍ତାକୁ ନଷ୍ଟ କରୁଥିଲା । ୟୁଜିସି ଗାଇଡ୍ଲାଇନ୍ର ବିରୋଧଚରଣ କରୁଥିଲା । ଏହା ଆଇନସଙ୍ଗତ ହୋଇ ନ ଥିବା ହୃଦୟଙ୍ଗମ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ରାଜ୍ୟ ସରକାର ବିଶ୍ବବିଦ୍ୟାଳୟର ସ୍ବାୟତତ୍ତା ଉପରେ ହସ୍ତକ୍ଷେପ କରିଥିବା ଅଭିଯୋଗ ଆସୁଥିଲା । ଭିସି ଚୟନ ପାଇଁ ୟୁଜିସି ଗାଇଡ୍ଲାଇନ୍ ଆଧାରରେ ସର୍ଚ୍ଚ କମିଟି, ଚୟନ କମିଟି ବଦଳରେ ଭିସି ନିଯୁକ୍ତିରେ ରାଜ୍ୟ ସରକାରଙ୍କର ଭୂମିକାକୁ ଏହି ଅଧିନରେ ଶକ୍ତିଶାଳୀ କରାଯାଇଥିଲା । ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଏକାଡେମିକ ପଦ ପୂରଣ ପାଇଁ କୁଳପତି ଏବଂ ୟୁଜିସି ଗାଇଡ୍ଲାଇନ୍ ଆଧାରରେ ଚୟନ କମିଟି ବଦଳରେ ଓଡ଼ିଶା ପବ୍ଲିକ ସର୍ଭିସ କମିଶନ ଏହି ନିଯୁକ୍ତି ପ୍ରକ୍ରିୟା ପରିଚାଳନା କରିବାର ଆଇନରେ ବ୍ୟବସ୍ଥା କରାଯାଇଥିଲା ।

ବିଶ୍ବବିଦ୍ୟାଳୟର ସ୍ବାୟତତ୍ତା ପାଇଁ ଓ ନିର୍ଣ୍ଣୟ ପ୍ରକ୍ରିୟାରେ ସିନେଟ୍ ସିଣ୍ଡିକେଟ୍ ଭଳି ସ୍ବାୟତ୍ତ ବ୍ୟବସ୍ଥା ବଦଳରେ ରାଜ୍ୟ ସରକାରଙ୍କ ଅଧିକାରକୁ ବିଶ୍ବବିଦ୍ୟାଳୟ ଉପରେ ଲଦି ଦେବାର ଆଇନର ବ୍ୟବସ୍ଥା ରହିଥିବା ଅଭିଯୋଗ ଆଣୁଥିଲେ ବିରୋଧୀ । ଏବେ ସୁପ୍ରିମକୋର୍ଟରେ ଶୁଣାଣି ପରେ ବିଭିନ୍ନ ମହଲରେ ରାୟକୁ ସ୍ବାଗତ କରାଯାଇଛି ।

Leave a comment