ଫେବ୍ରୁଆରୀ ୭ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୭ ତାରିଖରୁ ଅର୍ଥାତ ଫେବ୍ରୁଆରୀ ୭ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ଯାଉଛି । କରୋନା ସଂକ୍ରମଣ କମିବା ପରେ ଆସନ୍ତା ୭ ତାରିଖରୁ ୮ମରୁ ଉପରକୁ ଥିବା ସ୍କୁଲ ଓ କଲେଜ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଗତକାଲି ଶିକ୍ଷାନୁଷ୍ଠାନ ଖୋଲିବାକୁ ୨ମାସ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋଟ ନିର୍ଦ୍ଦେଶ ଦେଇଥିଲେ ।
ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି, ପ୍ରମଥ ପର୍ଯ୍ୟାୟରେ ୮ମରୁ ଉପରକୁ ଓ ଫେବୃଆରୀ ୧୪ରୁ ରାଜ୍ୟର କେଜିରୁ ଉପରକୁ ସମସ୍ତ ସ୍କୁଲ ଏବଂ କଲେଜରେ ପାଠପଢା ଆରମ୍ଭ ହେବ । ଏଥିସହିତ ୟୁନିର୍ଭରସିଟି, ଟେକ୍ନୋଲୋଜୀ, ପ୍ରଫେସନାଲ କଲେଜ ମଧ୍ୟ ଖୋଲିବ । ସେହିପରି ଉଭୟ ଅନଲାଇନ ଓ ଅପଲାଇନ ପାଠପଢା ଚାଲିବ । କରୋନା କଟକଣା ମାନି ସ୍କୁଲରେ ପାଠପଢା ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।