ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟକୁ ଅଚାନକ ଗସ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ଆଜି ସକାଳେ ସାକ୍ଷୀଗୋପାଳସ୍ଥିତ ଗୋପବନ୍ଧୁ ସ୍ମୃତି କଲେଜ ଗସ୍ତ କରିଥିଲେ । ଏଠାରେ ଶ୍ରୀ ସାହୁ ଅଧ୍ୟାପକଙ୍କ ଉପସ୍ଥାନ ଯାଞ୍ଚ କରବା ସହିତ ଶ୍ରେଣୀକକ୍ଷ ବୁଲି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦେଖିଥିଲେ । ଏହାପରେ ପ୍ରୋକେଫାରିଆଲ୍‌ ଏବଂ ମେଣ୍ଟରିଂ ଉପରେ ଗୁରୁତ୍ୱାରୋପ କରିବା ସହିତ ମହାବିଦ୍ୟାଳୟରେ ନିୟମିତ ପ୍ରୋକେଫାରିଆଲ୍‌ କ୍ଲାସ୍‌କୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।


ଛାତ୍ରଛାତ୍ରୀ, ଅଭିଭାବକ ଓ ଅଧ୍ୟାପକଙ୍କ ମଧ୍ୟରେ ସମନ୍ୱୟ ରଖିବା ପାଇଁ ମହାବିଦ୍ୟାଳୟରେ ବିଭିନ୍ନ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ ଗଠନ କରାଯାଇଥିବା ସମ୍ବନ୍ଧରେ ମନ୍ତ୍ରୀ ଡ. ସାହୁ ଅବଗତ ହୋଇଥିଲେ । ଯେଉଁଦିନ ଶିକ୍ଷକଟିଏ ଛାତ୍ରଛାତ୍ରୀଙ୍କୁ ତାଙ୍କ ନିଜ ପିଲା ବୋଲି ଭାବିବେ ସେଦିନ ଛାତ୍ରଛାତ୍ରୀ ମଧ୍ୟ ଶିକ୍ଷକମାନଙ୍କୁ ନିଜର ବାପାମା’ ବୋଲି ଭାବିବେ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଅଧିକ ଛାତ୍ରଛାତ୍ରୀଙ୍କୁ ଲାଇବ୍ରେରୀ ସହ ସଂଶ୍ଳିଷ୍ଟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ଯଦ୍ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପଠନ ଅଭ୍ୟାସ ବୃଦ୍ଧି ପାଇବ । ଏହି ଅବସରରେ ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟ ପରିସର ବୁଲି ଦେଖିଥିଲେ ଓ ଏହାର ଭିତ୍ତିଭୂମିକୁ ଦେଖି ସନ୍ତୋଷ ପ୍ରକାଶ କରିଥିଲେ ।

Leave a comment