ଅବସ୍ଥା ଦେଖି ବ୍ୟବସ୍ଥା ହେବ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାର ଦ୍ୱିତୀୟ ଲହରି ଛତିଶଗଡ଼ରେ ଆତଙ୍କ ଖେଳାଉଥିବା ବେଳେ ଏହାକୁ ନେଇ ସଜାଗ ହୋଇଛନ୍ତି ଓଡ଼ିଶା ସ୍କୁଲ ଓ ଗଣଶିକ୍ଷା ବିଭାଗ। ଅନ୍ୟ ରାଜ୍ୟରେ ଲକଡାଉନ ଫେରିବାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସବୁ ସ୍କୁଲରେ ଏସ‌ଓପି କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଫଳରେ ଛାତ୍ରଛାତ୍ରୀ ମାନଙ୍କୁ କରୋନା କବଳରୁ ରକ୍ଷା କରି ହେବ। ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପ୍ରତି ସବୁ ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ଆଉ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଯଦିଓ ଭୟାବହତା ନାହିଁ, ଏହାକୁ ହାଲୁକାରେ ନେବା ଉଚିତ୍ ନୁହେଁ। କୋଭିଡ ପାଇଁ ସରକାର ସତର୍କ ଅଛନ୍ତି। ଆବଶ୍ୟକ ପଡିଲେ ସ୍କୁଲ ବନ୍ଦ କରିବାକୁ କିମ୍ବା ଲକଡାଉନ କଥା ଚିନ୍ତା କରାଯିବ।

Leave a comment