ସୋନିଆ ରାହୁଲଙ୍କୁ ଇଡି ନୋଟିସ୍

0

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବୁଧବାର ନୋଟିସ୍‌ ଜାରି କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଏଥିସହ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ନୋଟିସ୍‌ କରିଛି ଇଡି। ନ୍ୟାସନାଲ ହେରାଲ୍ଡ ମାମଲା ଉଭୟଙ୍କୁ ଇଡି ନୋଟିସ୍‌ କରିଛି।

କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି କହିଛନ୍ତି, ପ୍ରତିଶୋଧ ମନୋଭାବରେ ସରକାର ଅନ୍ଧ ହୋଇଯାଇଛନ୍ତି। ଆମକୁ ଭୟଭୀତ କରିବା ପାଇଁ ଏପରି କରାଯାଉଛି, କିନ୍ତୁ ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ। ସାହସର ସହ ଏହାର ସାମ୍ନା କରିବୁ। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି ଏବଂ ରଣଦୀପ ସୁରଜେୱାଲା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଜୁନ୍ ୮ ତାରିଖରେ ସୋନିଆ ଗାନ୍ଧୀଙ୍କୁ ପଚରାଉଚରା ପାଇଁ ଡାକିଛି ଇଡି।

Leave a comment

You cannot copy content of this page