ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତିକୁ ଆଟାଚ୍ କଲା ଇଡି

0

ପୂର୍ବତନ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳଙ୍କ ସମ୍ପତ୍ତିକୁ ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆଜି ପୂର୍ବତନ ବିଧାୟକ ପ୍ରଭାତଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କରିଥିବା ଜଣାପଡିଛି । ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥା ଜରିଆରେ ଟଙ୍କା ଆଦାୟ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନୋଏଡାରେ ଥିବା ପ୍ରଭାତଙ୍କ ଏମ/ଏସ ମିଡିଆ ଗ୍ରୁପର ସମ୍ପତ୍ତି ମଧ୍ୟ ଆଟାଚ କରାଯାଇଛି । ମନି ଲଣ୍ଡରୀଂ ଆକ୍ଟ ଅନୁସାରେ ଇଡି ଏହି ସମ୍ପତ୍ତି ଆଟାଚ କରିଥିବା ଜଣାଯାଇଛି ।

ଅଣ ବ୍ୟାକିଙ୍ଗ ସଂସ୍ଥା ଜରିଆରେ ଟଙ୍କା ଆଦାୟ କରିଥିବାରୁ ଇଡି ଶ୍ରୀ ବିଶ୍ୱାଳଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିଛି । ଆରବିଆଇ ଓ ଏନଏସଇଆଇ ବିନା ଅନୁମତିରେ ସଂସ୍ଥା ଖୋଲିଥିବାରୁ ଇଡି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ।

Leave a comment