ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍: ପ୍ରଭାତ ତ୍ରିପାଠୀ ଇଡିରେ ହାଜର

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରେ ଆଜି ହାଜର ହୋଇଛନ୍ତି । ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କରେ ଦୀର୍ଘଦିନ ବ୍ୟବଧାନ ପରେ ଇଡି କାହିଁକି ପ୍ରଭାତଙ୍କୁ ଡାକିଲା, କେଉଁ ତଥ୍ୟ ହାସଲ କରିବାକୁ ଚାହୁଁଛି ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପ୍ରଭାତଙ୍କୁ ଆଜି ହାଜର ହେବା ପାଇଁ ଇଡି ପକ୍ଷରୁ ନୋଟିସ୍ କରାଯାଇଥିଲା।

ସୂଚନାଯୋଗ୍ୟ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ମାମଲାରେ ୨୦୧୪ ଅକ୍ଟୋବର ୩୧ ତାରିଖରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୫ ମାର୍ଚ୍ଚ ୫ ତାରିଖରେ ସେ ହାଇକୋର୍ଟରୁ ଜାମିନ ପାଇଥିଲେ। ଗିରଫ ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ। କିଛି ଦିନ ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଥିଲା ବିଜେଡି।

Leave a comment