ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଶରୀର ପକ୍ଷରେ ହୋଇପାରେ କ୍ଷତିକାରକ !

0

କିଛି ଲୋକ ଏଭଳି ଥାଆନ୍ତି ଯେଉଁମାନେ କି ଗରମ ଖାଦ୍ୟ ଖାଇବା ପାଇଁ ସବୁବେଳେ ପସନ୍ଦ କରନ୍ତି, ଥଣ୍ଡା ଦିନ ହେଉ କିମ୍ବା ଗରମ ଦିନ ଗରମା ଗରମ ଖାଦ୍ୟ ସେମାନଙ୍କର ପସନ୍ଦ ହୋଇଥାଏ l ଶୀତଋତୁ ରେ ଏହି ଅଭ୍ୟାସ ଠିକ ହୋଇପାରେ କିନ୍ତୁ ଗରମ ଦିନରେ ଏହି ଅଭ୍ୟାସ ଆଦୌ ଠିକ ନୁହେଁ l ତେଣୁ ଆସନ୍ତୁ ଜାଣିବା ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଗରମ ଭୋଜନ ଶରୀର ପାଇଁ କେଉଁସବୁ କ୍ଷତି କରିଥାଏ li

– ଆୟୁର୍ବେଦ ଅନୁସାରେ ଗରମ ଦିନରେ ପେଟ ଅଧିକ ଗରମ ରହିଥାଏ l ଏଭଳି ସ୍ଥିତିରେ ଗରମ ଖାଦ୍ୟ ପେଟ କୁ ଖରାପ କରିପାରେ l ଆମେ ଯେ କୌଣସି ଖାଦ୍ୟ ଖାଇଥାଉ ଓ ତାହା ଆମର ପେଟ ଭିତରକୁ ଯାଇଥାଏ ଆମ ଶରୀର ପ୍ରଥମେ ତାର ତାପମାତ୍ରା କୁ ଥଣ୍ଡା କରିଥାଏ ଓ ଏହାପରେ ତାହାକୁ ହଜମ କରାଇଥାଏ l

– ଅତ୍ୟଧିକ ଗରମ ଖାଦ୍ୟ ବିଭିନ୍ନ ସମସ୍ୟାର କାରଣ ହୋଇଥାଏ l ଏହା ଆମ ଶରୀର ରେ ପିତ୍ତ ଦୋଷ ବୃଦ୍ଧି କରିଥାଏ l ଯେଉଁ କାରଣ ରୁ ଗ୍ୟାସ, ଏସିଡ଼ିଟି, ପେଟ ଫାମ୍ପିବା ଓ ବାନ୍ତି ଲାଗିବ ସମସ୍ୟାର ଆମେ ସମୁଖୀନ ହୋଇଥାଉ l ଆୟୁର୍ବେଦ ଅନୁସାରେ ଖାଦ୍ୟ ସବୁବେଳେ ସାମାନ୍ୟ ଉଷୁମ କିମ୍ବା ଥଣ୍ଡା ଖାଇବା ଆବଶ୍ୟକ l

– ଗରମ ଦିନରେ ଗରମ ଖାଦ୍ୟ ଖାଇବା ଦ୍ୱାରା ଅନ୍ତ କୋଷ ର କ୍ଷତି ହୋଇଥାଏ l ଯେପରିକି ଅତ୍ୟଧିକ ଗରମ ଖାଦ୍ୟ ଆପଣ ଯେତେବେଳେ ତରବର ଭାବରେ ଖାଇ ଥାଆନ୍ତି ସେତେବେଳେ ପେଟ ଛାତି ଭିତରୁ ପୋଡିଯିବା ଭଳି ଅନୁଭବ ହୋଇଥାଏ l ଯେଉଁ କାରଣରୁ ପେଟ ରେ ନାଳ ସମସ୍ୟା ଦେଖା ଯାଇଥାଏ l ନାଳ ଝାଡା ରୋଗୀ ମାନେ ଆଦୌ ଗରମ ଖାଦ୍ୟ ଖାଇବା ଉଚିତ ନୁହେଁ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଅତ୍ୟଧିକ ଗରମ ଓ ଥଣ୍ଡା ଖାଦ୍ୟ ଖାଇବା ଦ୍ୱାରା ଦାନ୍ତ ର କ୍ଷତି ହୋଇଥାଏ l ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଦାନ୍ତ ର ଏନାମେଲ ମଧ୍ୟ ନଷ୍ଟ ହୋଇଯାଇ ଥାଏ l ଯେଉଁ କାରଣରୁ ଦାନ୍ତ ର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଯାଏ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଅଧିକ ଗରମ ଖାଦ୍ୟ ଖାଇବା ଦ୍ୱାରା ଗଳା ଫୁଲି ଯାଇଥାଏ ଓ ଗଳା ସମ୍ବନ୍ଧୀୟ ସମସ୍ୟା ଦେଖା ଦେଇଥାଏ l

Leave a comment