ଥରିଲା ଦିଲ୍ଲୀ ଏନସିଆର

0

ଦିଲ୍ଲୀ ଏନସିଆରରେ ବୁଧବାର ଅପରାହ୍ନରେ ଭୂ-କମ୍ପର ହାଲକା ଝଟକା ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି। ଅପରାହ୍ନରେ ଅନୁଭୂତ ହୋଇଥିବାରୁ ସବୁ ଲୋକେ ବାହାରକୁ ଚାଲିଆସିଥିଲେ। ଖୋଲା ଆକାଶ ତଳେ ସମସ୍ତେ ଏକାଠି ହୋଇଥିଲେ। କୁହାଯାଉଛି କି ଭୂ-କମ୍ପର ତୀବ୍ରତା ଖୁବ କମ ଥିଲା। ଫଳରେ କୌଣସି କ୍ଷୟକ୍ଷତି ହୋଇନାହିଁ। ନେପାଳର ଜାତୀୟ ଭୂ-କମ୍ପ ମନିଟରିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ଭୂ-କମ୍ପର କେନ୍ଦ୍ରସ୍ଥଳ ନେପାଳର ବାଜୁରାଠାରେ ଥିଲା।

ଦିଲ୍ଲୀ-ଏନସିଆର ସହ ଉତ୍ତରପ୍ରଦେଶ ଓ ହରିୟାଣାରେ ବି ଭୂ-କମ୍ପର ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି। ଏହା ଆଦୌ କ୍ଷତିକାରକ ନୁହେଁ। ଏହାପୂର୍ବରୁ ଜାନୁୟାରୀ ୨୪ରେ ଦିଲ୍ଲୀ, ଏନସିଆର, ଉତ୍ତରାଖଣ୍ଡରେ ଭୂ-କମ୍ପ ହୋଇଥିଲା। ସୂଚନାଥାଉକି, ଫେବୃୟାରୀ ୭ ତାରିଖରେ ତୁର୍କୀ ଏବଂ ସିରିୟାରେ ଭୟଙ୍କର ଭୂମିକମ୍ପ ହୋଇଥିଲା। ଯେଉଁଥିରେ ପ୍ରାୟ ୫୦ ହଜାର ଲୋକ ପ୍ରାଣ ହରାଇଛନ୍ତି। ସେଠାରେ ଭୂ-କମ୍ପର ତାଣ୍ଡବ ସାରା ବିଶ୍ବକୁ ଭୟଭୀତ କରିଛି।

Leave a comment

You cannot copy content of this page