ଥରିଲା କର୍ଣ୍ଣାଟକ

0

ଥରିଲା କର୍ଣ୍ଣାଟକ । କର୍ଣ୍ଣାଟକ ବିଜୟପୁର ଓ ବାଗଲକୋଟ ଜଲ୍ଲା ଆଜି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଛନ୍ତି। ବିଜୟପୁର, ନାଗାଥାନା, ଅଲିୟାବାଦ, ଘୋସାଂଗି, କଲ୍ଲାକବତାଗି, ସୋମଦେବରାହଟ୍ଟି, ଇଣ୍ଡି ଓ ବସବାନାରେ ଆଜି ସାକଳୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିବା ନେଇ ସୂଚନା ମିଳିଛି।

ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୬ ରେକର୍ଡ କରାଯାଇଛି। ବିଜୟପୁର ଅଞ୍ଚଳରେ ଭୂମିକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ତଳେ ଥିବା ଚିହ୍ନଟ ହୋଇଛି। ବିଜୟପୁର ଜିଲ୍ଲା କମିଶନର ବିଜୟମହନ୍ତେଶ ଦାନମନାବର ସଂଯମତା ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି।

Leave a comment