ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଥରିଲା ପାକିସ୍ତାନ। ପାକିସ୍ତାନରେ ଜୋରଦାର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆଜି ସକାଳ ପ୍ରାୟ ୬ଟା ୩୯ ମିନିଟରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୫ ବୋଲି ଜଣାପଡିଛି।
ଏହାପରେ ଲୋକମାନେ ଘରୁ ବାହାରକୁ ଆସିଯାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳୀ ଇସଲାମାବାଦ ଠାରୁ ବହୁ ଦୂରରେ ଥିବା ମଧ୍ୟ ଜଣାପଡିଛି।

Leave a comment