ଭୂମିକମ୍ପରେ ଥରିଲା ଅଯୋଧ୍ୟା, ଭୟରେ ଘରୁ ବାହାରି ଆସିଲେ ଲୋକେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଯୋଧ୍ୟାରେ ଗୁରୁବାର ରାତିରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୩ ଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ, ଗୁରୁବାର ରାତିରେ ହଠାତ ଅଯୋଧ୍ୟା ମାଟି ଥରି ଉଠିଥିଲା । ରାତି ୧୨ଟାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳୀ ନେପାଳ ବୋଲି ସୂଚନା ମିଳିଛି । ତେବେ ଏନେଇ ଅଧିକ ତଥ୍ୟ ମିଳିପାରି ନାହିଁ । ଝଟକା ପରେ ଲୋକେ ଭୟରେ ଘରୁ ବାହାରରୁ ଚାଲି ଆସିଥିଲେ ।
ନ୍ୟାଶନାଲ ସେଣ୍ଟର ଫର୍ ସେସ୍ମୋଲୋଜି ଅନୁସାରେ, ରାତି ୧୧ଟା ୫୯ ମିନିଟରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଅଟେ । ଏହାର କେନ୍ଦ୍ର ମାଟିଥୁ ୧୫ କିମି ଥିଲା ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।

Leave a comment